ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୦୬୬ କରୋନା ଆକ୍ରାନ୍ତ

Independence

ଭୁବନେଶ୍ୱର: ରାଜ୍ୟରୁ ବୁଧବାର ଆଉ ୧୦୬୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୯୩,୯୫୧ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍‌ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨୯୬ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୭୫ ଏବଂ କଟକରୁ ୧୦୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ସୋନପୁରରୁ ୪୨, ନୟାଗଡ଼ ୩୩, ପୁରୀ ୨୪, ଝାରସୁଗୁଡ଼ା ୧୮, ଜଗତସିଂହପୁର ୧୩, ଯାଜପୁର ୧୩, କେନ୍ଦ୍ରାପଡ଼ା ୧୩, ବାଲେଶ୍ୱର ୧୨, ରାୟଗଡ଼ା ୧୨, ବଲାଙ୍ଗୀର ୧୧, କେନ୍ଦୁଝର ୧୦, ନବରଙ୍ଗପୁର ୧୦, କଳାହାଣ୍ଡି ୯, କନ୍ଧମାଳ ୯, କୋରାପୁଟ ୯, ଅନୁଗୋଳ ୪, ଦେବଗଡ଼ ୩, ଗଜପତି ୩, ଗଞ୍ଜାମରୁ ୨ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଷ୍ଟେଟ୍‌ପୁଲ୍‌ ସଂଖ୍ୟା ରହିଛି ୭୦।

ad-week
Leave A Reply

Your email address will not be published.