ସମସ୍ୟା ଘେରରେ ବୌଦୁଙ୍ଗିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ

add-all

ଦାରିଙ୍ଗବାଡ଼ି, (୨୭/୭) : କନ୍ଧମାଳ ଜିଲ୍ଲା ଦାରିଙ୍ଗ ବାଡ଼ି ବ୍ଲକ ଅନ୍ତର୍ଗତ ବୁଡ଼ାଗୁଡା ଗ୍ରାମ ପଞ୍ଚାୟତ ଅଧିନସ୍ଥ ୧୯୩୬ ରେ ସ୍ଥାପିତ ବୌଦୁଙ୍ଗିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନାନା ସମସ୍ୟା ଘେରରେ ରହିଥିବା ସରପଞ୍ଚ ତାତୁରା ପ୍ରଧାନ ସୂଚନା ଦେଇଛନ୍ତି। ପ୍ରକାଶ ଥାଉକି ଆଜି ସରପଞ୍ଚ ତାତୁରା ପ୍ରଧାନ ଓ ସମିତି ସଭ୍ୟ ଶ୍ରୀକାନ୍ତ ପ୍ରଧାନ ମିଳିତ ଭାବେ ସହଯୋଗୀଙ୍କ ସହ ବୌଦୁଙ୍ଗିଆ ସ୍କୁଲ ପରିଦର୍ଶନରେ ଯାଇଥିଲେ। ହେଲେ ପ୍ରଧାନ ଶିକ୍ଷକ ଉଭୟ ପ୍ରତିନିଧିଙ୍କୁ ସ୍କୁଲ ଛାତରୁ ବର୍ଷା ପାଣି ଗଳିବା ଫଳରେ ଛାତ୍ର ଛାତ୍ରୀ ଙ୍କୁ ଶ୍ରେଣୀ କକ୍ଷରେ ବସେଇ ଶିକ୍ଷା ଦାନରେ ବ୍ୟାଘତ ହେବା, ନଳକୁଅ ଖରାପ ଥିବାରୁ ପାନୀୟ ଜଳରେ ସମସ୍ୟା ହେଉଥିବା ସହିତ ମଧ୍ୟାହ୍ନ ଭୋଜନ ରୋଷେଇ କରିବାରେ ବ୍ୟାଘାତ ହେଉଥିବା, ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ୯୬ ଛାତ୍ର ଛାତ୍ରୀ ଅଧ୍ୟୟନ କରୁ ଥିବା ବେଳେ ତିନି ଜଣ ଶିକ୍ଷକରେ ଶିକ୍ଷା ଦାନରେ ବ୍ୟାଘାତ ଉପୁଜୁଥିବା ଜଣାଇଛନ୍ତି। ସରପଞ୍ଚ ଶ୍ରୀ ପ୍ରଧାନ ଏହି ସବୁ ସମସ୍ୟା ଅବଗତ ହୋଇ ବିଭାଗୀୟ ଉଚ୍ଚ ପଦସ୍ତ ଅଧିକାରୀଙ୍କୁ ଅଭିଯୋଗ ଜଣାଇ ଅତିଶୀଘ୍ର ସମସ୍ୟାର ସମାଧାନ କରିବାକୁ ପ୍ରୟାସ କରିବେ ବୋଲି ପ୍ରତିଶ୍ରୁତି ଦେବା ସହିତ ଆବଶ୍ୟକ ସ୍ଥଳେ ସତନ୍ତ୍ର ଭାବେ ପଞ୍ଚାୟତର ସମସ୍ତ ପ୍ରତିନିଧିଙ୍କ ସହଯୋଗରେ ଜିଲା ପାଳଙ୍କୁ ସାକ୍ଷାତ କରି ସମସ୍ୟାର ସମାଧାନ କରିବାକୁ ପ୍ରୟାସ ଜାରୀ ରଖିବାର ପ୍ରତିଶୃତି ଦେଇଥିବା ପ୍ରକାଶ ପାଇଛି।

ad-week
Leave A Reply

Your email address will not be published.