କନ୍ଧମାଳ ଜିଲ୍ଲା କଳାକାର ସଂଘର ରାଲି ଓ ବିକ୍ଷୋଭ

add-all

ଫୁଲବାଣୀ:-କନ୍ଧମାଳ ଜ଼ିଲ୍ଲା ପାରମ୍ପରିକ ଲୋକକଳା ସଂଘର ସଭାପତି ଅକ୍ଷୟ କର୍ଣ୍ଣଙ୍କ ନେତୃତ୍ୱରେ ୬ ଦଫା ଦାବୀପୂରଣ ନେଇ କନ୍ଧମାଳ ଜ଼ିଲ୍ଲା କଳାକାରସଙ୍ଘର ରାଲି ଓ ବିକ୍ଷୋଭ ହୋଇଥିଲା।ସୂଚନା ଅନୁସାରେ ଜ଼ିଲ୍ଲା ସଂସ୍କୃତି ଅଧିକାରୀଙ୍କ ମନମୁଖୀ କାର୍ଯ୍ୟକଳାପର ଘୋର ପ୍ରତିବାଦ କରି ଆଜି ହଜାର ହଜାର କଳାକାର ଶାନ୍ତିପୂର୍ଣ୍ଣ ଭାବେ ପାରମ୍ପରିକ ବେଶ ପୋଷାକ ପରିଧାନ କରି ପାରମ୍ପରିକ ବାଦ୍ୟ ନୃତ୍ୟର ତାଳେ ତାଳେ ବିରାଟ ପାଟୁଆରରେ ମାଦିକୁନ୍ଦା ଛକରୁ ବାହାରି ଜ଼ିଲ୍ଲାପାଳ ଙ୍କ କାର୍ଯାଳୟ ପର୍ଯ୍ୟନ୍ତ ଯାଇ କନ୍ଧମାଳ ଜ଼ିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲକୁ ଭେଟି ଛଅ ଦଫା ଦାବୀପତ୍ର ପ୍ରଦାନ କରିଛନ୍ତି । ପ୍ରମୁଖ ଦାବୀ ଗୁଡିକ ହେଲା କଳାକାରଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରି ଅସମ୍ମାନ କରୁଥିବା ଜ଼ିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ଚବିଶ ଘଣ୍ଟା ଭିତରେ ବଦଳି କରାଯାଉ l ଓଡ଼ିଆ ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ରେଜିଷ୍ଟ୍ରସନ ମାଧ୍ୟମ ରେ କନ୍ଧମାଳ ଜ଼ିଲ୍ଲାରେ କଳାକାର ଚୟନ ପ୍ରକ୍ରିୟା ରେ ଲୋକ କଳାକାର ସଂକୀର୍ତ୍ତନ ମଣ୍ଡଳୀ ସୁଯୋଗରୂ ବଞ୍ଚିତ କରାଯାଇଛି l ତୁରନ୍ତ ସେମାନଙ୍କୁ ସାମିଲ କରାଯାଉ l ଜିଲାରେ ଥିବା ଭାଗବତ ଟୁଙ୍ଗୀର ପୁନଃ ଉଦ୍ଧାର କରାଯାଉ l କଳାକାରଙ୍କୁ ଅତି ଶୀଘ୍ର ପେନସନ ଦିଆଯାଉ l ବିଶ୍ୱ ମହାମାରୀ କୋରନାରେ କ୍ଷତିଗ୍ରସ୍ତ ପେସାଦାର କଳାକାରଙ୍କୁ ସଚେତନତା କାର୍ଯ୍ୟକ୍ରମ ଦିଆଯାଉ ଏବଂ ସ୍ୱାଭିମାନ କଳାକାରଙ୍କୁ ଉପଯୁକ୍ତ ସମ୍ମାନ ଦିଆଯାଉ l ବାରଗୋଟି ବ୍ଲକର ଉପ ସଭାପତି ସମେତ ବହୁ ଲୋକକଳା ଯୋଗଦେଇ ଥିଲେ l ଜ଼ିଲ୍ଲା ପ୍ରଶାସନ ତୁରନ୍ତ ଦାବୀ ପୂରଣ ନକଲେ ଆଗାମୀ ଦିନରେ କଳାକାର ମାନେ ଆନ୍ଦୋଳନକୁ ଜୋରଦାର କରିବାକୁ ଜିଲା କଳାକାର ସଙ୍ଘ ସଭାପତି ଅକ୍ଷୟ କୁମାର କର୍ଣ୍ଣ ,ଉପଦେଷ୍ଟା ତଥା ଆଇନଜୀବୀ ସତ୍ୟନାରାୟଣ ବେହେରା ଚେତାବନୀ ଦେଇଛନ୍ତି l

ad-week
Leave A Reply

Your email address will not be published.