ଠିକ୍‌ ସମୟରେ ଠିକ୍‌ କଥା କହିବି : ବାବୁଶାନ

add-all

ଭୁବନେଶ୍ୱର: ବିବାଦରେ ଫସିଥିବା ଓଲିଉଡ୍‌ ଅଭିନେତା ବାବୁସାନ୍‌ ମହାନ୍ତି ଗୁରୁବାର ଘରର ବାଲକୋନିକୁ ଆସି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ତି, ଠିକ୍‌ ସମୟରେ ଠିକ୍‌ କଥା କହିବି। ଏବେ ମୁଁ ମୋ’ ପରିବାର ସହ ଖୁସିରେ ଅଛି। ଅପରପକ୍ଷରେ ବାବୁସାନ୍‌ଙ୍କ ମା’ ଅପରାଜିତା ମହାନ୍ତି ମଧ୍ୟ କହିଛନ୍ତି, ଆମ ଦେହ ଭଲ ନାହିଁ।

ସେ ସମସ୍ତ କଥା ଆପଣମାନଙ୍କୁ କହିବ। କିଛିଦିନ ସମୟ ଦିଅନ୍ତୁ। ଦେହ ଅସୁସ୍ଥ ଥିବାରୁ ଆଜି ବାବୁ କୌଣସି ପ୍ରତିକ୍ରିୟା ଦେଇପାରିବନି। ଆଜି କୁଆଡ଼େ ଯିବାର ନାହିଁ ବୋଲି କହିଛନ୍ତି ଅପରାଜିତା। ଶେଷରେ ବାବୁସାନ୍‌ ସମସ୍ତଙ୍କୁ ଧନ୍ୟବାଦ ବି ଦେଇଥିଲେ।

ଚେନ୍ନାଇରୁ ଫେରିବା ପରେ ଆଜି ପ୍ରଥମ ଥର ଗଣମାଧ୍ୟମ ସାମ୍ନାକୁ ଆସିଥିଲେ ବାବୁସାନ୍‌। ଗତକାଲି ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଖାରବେଳନଗର ଥାନାରେ ବାବୁସାନ୍‌ଙ୍କ ନାଁରେ ସ୍ତ୍ରୀ ତୃପ୍ତି ମାମଲା ରୁଜୁ କରିଥିଲେ।

ad-week
Leave A Reply

Your email address will not be published.