ଜିଲ୍ଲାସ୍ତରୀୟ ବିଦ୍ୟୁତ ମହୋତ୍ସବ : ଉତ୍କଳ ଭାରତ ଉଜ୍ଜଳ ଭବିଷ୍ୟତ

ଫୁଲବାଣୀ :- ଦେଶ ସ୍ବାଧୀନତାର ୭୫ ତମ ବର୍ଷ ପାଳନ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ ଆଜାଦିକି ଅମୃତ ମହୋତ୍ସବ ଅବସରରେ ବିଦ୍ୟୁତ ମହୋତ୍ସବ ଆଜି ସ୍ଥାନୀୟ ସଭାଗୃହ ଠାରେ ପାଲିତ ହୋଇଯାଇଛି।ଏହି ଉତ୍ସବରେ ମୂଖ୍ୟ ଅତିଥି ଭାବେ ଜିଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲିକ ଯୋଗ ଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲା ପାଳ ବସନ୍ତ କୁମାର ସାହୁ, ଫୁଲବାଣୀ ବ୍ଲକ ଅଧ୍ୟକ୍ଷା ସସ୍ମିତା କହଁର, ପୌର ପରିଷଦ ଅଧ୍ୟକ୍ଷା ସ୍ମିତା ରାଣୀ ମହାନ୍ତି ସାଧାରଣ ପରିଚାଳକ ଓପିଟିସିଏଲ, ଉପ ସାଧାରଣ ପରିଚାଳକ ଓପି ଟି ସିଏଲ, ଫୁଲବାଣୀ ବିଧାୟକ ପ୍ରତିନିଧି ପବିତ୍ର ନାୟକ, ବାଲିଗୁଡା ବିଧାୟକ ପ୍ରତିନିଧି ଅବନୀ କାନ୍ତ ନାୟକ,ଓ ଜି. ଉଦୟଗିରି ବିଧାୟକ ପ୍ରତିନିଧି ଦୀପକ ସାହୁ,ଟି ପି ଏସ ଓ ଡିଏଲ ବ୍ରହ୍ମପୁର ଅଧ୍ୟକ୍ଷଣ ଯନ୍ତ୍ରୀ,ଫୁଲବାଣୀ ନିର୍ବାହୀ ଯନ୍ତ୍ରୀ ଇଂ ମନୋଜ ମହାନ୍ତି ପ୍ରମୁଖ ଯୋଗ ଦେଇ କନ୍ଧମାଳ ଜିଲାରେ କେନ୍ଦ୍ର ଓ ରାଜ୍ୟସରକାର ଙ୍କ ବିଭିନ୍ନ ଯୋଜନାରେ ବିଦ୍ୟୁତ କ୍ଷେତ୍ରରେ ହୋଇଥିବା ଉନ୍ନତି ମୂଳକ କାର୍ଯ୍ୟକ୍ରମ ଓ ନିରବିଛିନ ବିଦ୍ୟୁତ ସେବା ଯୋଗାଇବା, ଦିବାରାତ୍ର କଲ ସେଣ୍ଟର ଖୋଲାଯିବା ସମ୍ପର୍କରେ ମତ ବ୍ୟକ୍ତି କରିଥିଲେ । ସେହିପରି ରାଜ୍ୟସରକାରଙ୍କ ବିଦ୍ୟୁତ କ୍ଷେତ୍ରରେ ହୋଇଥିବା ଉନ୍ନୟନ ମୂଳକ କାର୍ଯ୍ୟକ୍ରମକୁ ଜନସାଧାରଣ ଙ୍କ ପାଖରେ ପହଞ୍ଚାଇବା ସହ ବିଦ୍ୟୁତର ସଦୁପଯୋଗ କରିବା ପାଇଁପରାମର୍ଶ ଦିଆଯାଇଥିଲା।

ad-week
Leave A Reply

Your email address will not be published.