ଓଡ଼ିଶାରୁ ସୁସ୍ଥ ହେଲେ ୧୨୦୬ କରୋନା ଆକ୍ରାନ୍ତ

add-all

ଭୁବନେଶ୍ୱର,୨୮।୭(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୨୦୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଏଯାବତ୍‌ ୧୨,୯୫,୧୫୭ ଜଣ ସୁସ୍ଥ ହୋଇସାରିଲେଣି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୨୪୧, ସୁନ୍ଦରଗଡ଼ରୁ ୧୯୪, ସମ୍ବଲପୁରରୁ ୧୦୬, କଟକରୁ ୧୦୩, ମୟୁରଭଞ୍ଜରୁ ୯୩, ସୋନପୁରରୁ ୫୨, ପୁରୀରୁ ୪୭, ବୌଦ୍ଧରୁ ୪୧, ନୟାଗଡ଼ରୁ ୩୨, ଯାଜପୁରରୁ ୨୬, ଝାରସୁଗୁଡାରୁ ୨୪, କେଉଁଝରରୁ ୨୪, କଳାହାଣ୍ଡିରୁ ୨୦, ବାଲେଶ୍ୱରରୁ ୧୯, ଭଦ୍ରକରୁ ୧୮, କେନ୍ଦ୍ରାପଡ଼ାରୁ ୧୮, ବଲାଙ୍ଗୀରରୁ ୧୪, କୋରାପୁଟ୍‌ରୁ ୧୩, ଦେବଗଡ଼ରୁ ୧୦, ଗଜପତିରୁ ୧୦, କନ୍ଦମାଳରୁ ୧୦, ବରଗଡ଼ରୁ ୯, ଜଗତ୍‌ସିଂପୁରରୁ ୯, ନବରଙ୍ଗପୁରରୁ ୯, ଅନୁଗୋଳରୁ ୪, ଗଞ୍ଜାମରୁ ୩ ଏବଂ ଷ୍ଟେଟ୍‌ ପୁଲ୍‌ରୁ ୫୭ ଜଣ ରହିଛନ୍ତି।

ad-week
Leave A Reply

Your email address will not be published.