ମଙ୍କିପକ୍ସ ମୁକାବିଲା ପାଇଁ ପ୍ରସ୍ତୁତ ରାଜ୍ୟ ସରକାର

add-all

କଟକ: ମଙ୍କିପକ୍ସର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରାଜ୍ୟ ସରକାର। କଟକ ଏସସିବି ମେଡିକାଲରେ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା । ଏଥିପାଇଁ ସଂକ୍ରମଣ ରୋଗ ବିଭାଗରେ ଦୁଇଟି ବେଡ଼ ସହ ୨ଟି ଆଇସୋଲେସନ କ୍ୟାବିନ ପ୍ରସୁତ ରହିଛି। ମେଡିସିନ ବିଭାଗ ଆଇସିୟୁରେ ୪ଟି ବେଡ୍ ବ୍ୟବସ୍ଥା କରାଯାଇଛି।

ଏହାଛଡ଼ା କଟକ ଏସସିବି ମେଡିକାଲରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଛି।

୫ଟି ବିଭାଗର ଡାକ୍ତରଙ୍କୁ ନେଇ ଗଠନ କରାଯାଇଛି ସ୍ବତନ୍ତ୍ର ଟିମ୍। ଯେଉଁଥିରେ ମେଡିସନ, ଚର୍ମରୋଗ, ମାଇକ୍ରୋ ବାୟୋଲୋଜି ,ଶିଶୁ ରୋଗ, ଏସପିଏମ ବିଶେଷଜ୍ଞ ରହିଛନ୍ତି । ଆହାଛଡ଼ା ସମସ୍ତ ଦିଗ ଉପରେ ନଜର ରଖିବାକୁ ଜଣେ ନୋଡାଲ ଅଫିସରଙ୍କୁ ନିଯୁକ୍ତ କରାଯାଇଛି।

ତେବେ ମଙ୍କପକ୍ସ ଆକ୍ରାନ୍ତଙ୍କୁ ସଠିକ ଭାବେ ଚିହ୍ନଟ ଓ ଚିକିତ୍ସା ବ୍ୟବସ୍ଥାକୁ ଗୁରୁତ୍ବ ଦିଆଯାଇଥିବା କହିଛନ୍ତି ମେଡିସନ ବିଭାଗର ବିଭାଗୀୟ ମୁଖ୍ୟ ତଥା ମଙ୍କିପକ୍ସ କମିଟି ଅଧକ୍ଷ ।

ad-week
Leave A Reply

Your email address will not be published.