ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଇଛି କରୋନା

add-all

ଭୁବନେଶ୍ୱର: ରାଜ୍ୟରେ ଶୁକ୍ରବାର ଆଉ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୯,୧୩୮କୁ ବୃଦ୍ଧି ପାଇଥିବା ଜଣାପଡ଼ିଛି। ମୃତକ ଜଣଙ୍କ ଭଦ୍ରକର ଜଣେ ୪୧ ବର୍ଷୀୟ ବ୍ୟକ୍ତି। ସେ ଡାଇବେଟିସ୍‌ ରୋଗରେ ପୀଡ଼ିତ ଥିଲେ।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୧୧,୧୩୫ରେ ପହଞ୍ଚିଥିବା ବେଳେ ୧୨,୯୫,୧୫୭ ଜଣ ସୁସ୍ଥ ହୋଇଛନ୍ତି। ୬୭୮୭ ଜଣ ଚିକିିତ୍ସିତ ହେଉଛନ୍ତି। ମୃତ୍ୟୁସଂଖ୍ୟା ୯୧୩୮କୁ ବୃଦ୍ଧି ପାଇଛି।

ad-week
Leave A Reply

Your email address will not be published.