ଶାଶୁ, ଶ୍ୱଶୁରଙ୍କୁ ପେଟ୍ରୋଲ ଢାଳି ହତ୍ୟା ଉଦ୍ୟମ

add-all

ଭବାନୀପାଟଣା: କଳାହାଣ୍ଡି ଜିଲା ଜୟପାଟଣା ଥାନା ଅଧୀନ ବଲାଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଘରେ ଶୋଇଥିବା ବେଳେ କବାଟ ଫାଙ୍କରୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଶାଶୁ, ଶ୍ୱଶୁରଙ୍କୁ ହତ୍ୟା ଉଦ୍ୟମ କରାଯାଇଛି। ଏଥିରେ ଶ୍ୱଶୁର ବରୁଣ ମାଝି ଓ ଶାଶୁ ଡାଳିମ୍ବ ମାଝି ଗୁରୁତର ଆହତ ହୋଇଛନ୍ତି।

ଶୁକ୍ରବାର ସକାଳେ ସ୍ଥାନୀୟ ଲୋକେ ଏହା ଜାଣି ଦୁହିଁଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କଲମପୁର ଗୋଷ୍ଠୀ ସ୍ବାସ୍ତ୍ୟକେନ୍ଦ୍ରକୁ ପଠାଇଥିଲେ। ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ ଭବାନୀପାଟଣା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ବରୁଣଙ୍କ ଶରୀରର ୩୦ ପ୍ରତିଶତ ପୋଡି ଯାଇଥିବା ଜଣାପଡିଛି। ସେହିପରି ଘରକୁ ଲାଗିଥିବା ଚାଷ ଜମିରେ ଦୁର୍ବୁତ୍ତଙ୍କ ପାଦ ଚିହ୍ନ ଦେଖିବାକୁ ମିଳିଛି। ଅନ୍ୟପକ୍ଷେ ପାରିବାରିକ କଳହ ଯୋଗୁ ପ୍ରତିଶୋଧପରାୟଣ ହୋଇ ଜ୍ବାଇଁ ସହଦେବ ଏପରି କାଣ୍ଡ କରିଛନ୍ତି ବୋଲି ଶଶୁର ବରୁଣ ମାଝି ଅଭିଯୋଗ କରିଛନ୍ତି।

ad-week
Leave A Reply

Your email address will not be published.