ବାଜିଛି ୫ଟି ଗୁଳି, ଦୁଇଦିନ ହେଲା ଖାଉନି ହାତୀ

add-all

ନରସିଂହପୁର: କଟକ ଜିଲା ନରସିଂହପୁର ପଶ୍ଚିମ ରେଞ୍ଜ ବାରସିଙ୍ଗା ଜଙ୍ଗଲରେ ଗୁଳିବିଦ୍ଧ ଦନ୍ତାହାତୀ ଶୁକ୍ରବାର ଗୁରୁତର ହୋଇପଡିଛି। ଦୁଇଦିନ ହେଲା ହାତୀ ଖାଦ୍ୟ ଗ୍ରହଣ କରୁନାହିଁ। ଫଳରେ ବନ କର୍ମଚାରୀ ଚିନ୍ତାରେ ପଡିଛନ୍ତି।
ମିଳିଥିବା ସୂଚନା ମୁତାବକ, ଛଅ ଦିନ ତଳେ ଏକ ଦନ୍ତା ହାତୀ ଶିକାରୀଙ୍କ ଗୁଳିରେ ଆହତ ହୋଇ ସ୍ଥାନୀୟ ଅଞ୍ଚଳରେ ବୁଲୁଥିବା ଦେଖିବାକୁ ମିଳିଥିଲା।

ପରେ ବନ ବିଭାଗ ହାତୀକୁ ଚିକିତ୍ସା ପାଇଁ ଉଦ୍ୟମ ଆରମ୍ଭ କରିଥିଲା। ଗୁରୁବାର ହାତୀଟିକୁ ଟ୍ରାଙ୍କୁଳାଇଜ କରାଯାଇ ଚିକିତ୍ସା ଆରମ୍ଭ ହୋଇଛି। ତେବେ ହାତୀର ୫ଟି ସ୍ଥାନରେ ଗୁଳିବାଜି କ୍ଷତହୋଇ ସଂକ୍ରମିତ ହୋଇଥିବା ଜଣାପଡିଛି। ଅନ୍ୟପକ୍ଷେ ହାତୀଟି ଅସୁସ୍ଥ ହୋଇପଡିଥିବା ବେଳେ ଗୋଟିଏ କଡରେ ପଡିରହିଛି । ଏପରି କି ହାତୀଟି କୌଣସି ତରଳ କିମ୍ବା କଠିନ ଖାଦ୍ୟ ଖାଇପାରୁ ନ ଥିବା ରେଞ୍ଜର ପ୍ରଫୁଲ କୁମାର ଦେହୁରୀ ସୂଚନା ଦେଇଛନ୍ତି। ସାତକୋଶିଆ ବନ୍ୟପ୍ରାଣୀ ବିଶେଷଜ୍ଞ ଟିମ୍‌ ଏବଂ ନରସିଂହପୁର ପ୍ରାଣୀ ଚିକିତ୍ସକଙ୍କ ମିଳିତ ସହାୟତାରେ ହାତୀର ଚିକିତ୍ସା କରାଯାଇଛି।

ad-week
Leave A Reply

Your email address will not be published.