କଟକ-ଭୁବନେଶ୍ବର ଟ୍ରାଫିକ ଡିସିପିଙ୍କ ନା’ ରେ ଫେକ୍‌ ଫେସବୁକ ଆକାଉଣ୍ଟ ଖୋଲି ସମ୍ପର୍କୀୟଙ୍କୁ ଟଙ୍କା ମାଗୁଛନ୍ତି ସାଇବର ଠକ

add-all

ଭୁବନେଶ୍ୱର,୨୯/୦୭: ରାଜ୍ୟରେ ବଢ଼ି ଚାଲିଛି ସାଇବବର ଅପରାଧ। କାହା ବ୍ୟାଙ୍କ ଆକାଉଣ୍ଟ ଖାଲି କରୁଛନ୍ତି ତ ଆଉ କେଉଁଠି ସୋସିଆଲ ମାଡିଆର ସାହାରା ନେଇ ନୀରିହ ଲୋକଙ୍କଠାରୁ ଟଙ୍କା ଲୁଟୁଛନ୍ତି ଏହି ଅପରାଧୀମାନେ। ଏଥିପାଇଁ ପୁଲିସ ବିଭାଗ ଯେତେ ସଜାଗ ହେଉଥିଲେ ମଧ୍ୟ ସାଇବର ଅପରାଧୀ ବାରମ୍ୱାର ଚକ୍‌ମା ଦେଇ ଟଙ୍କା ଲୁଟୁଛନ୍ତି।

ଆଉ ଏବେ ସାଇବର ଅପରାଧୀଙ୍କ ଟାର୍ଗେଟରେ କଟକ-ଭୁବନେଶ୍ବର ଟ୍ରାଫିକ ଡିସିପି। ସେମାନେ କଟକ-ଭୁବନେଶ୍ବର ଟ୍ରାଫିକ ଡିସିପିଙ୍କ ନାଁ ରେ ଫେକ୍‌ ଆକାଉଣ୍ଟ ଖୋଲି ସମ୍ପର୍କୀୟଙ୍କୁ ଟାଙ୍କା ମାଗୁଥିବା ଖବର ସାମ୍ନାକୁ ଆସିଛି। ଏହାକୁ ଜାଣିବାପରେ ଫେକ୍ ଫେସବୁକ୍ ସମ୍ପର୍କରେ କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିଛନ୍ତି ଟ୍ରାଫିକ ଡିସିପି।

ad-week
Leave A Reply

Your email address will not be published.