ଅଧିର ରଞ୍ଜନ ଚୌଧୁରୀଙ୍କ ବିବାଦୀୟ ମନ୍ତବ୍ୟ ପ୍ରତିବାଦରେ ଜିଲ୍ଲା ବିଜେପି ପକ୍ଷରୁ କୁଶପୁଳିକା ଦାହ

add-all

ମାଲକାନଗିରି : ଆଜି ସ୍ଥାନୀୟ ସୁବାଷ ବୋଷ ଛକରେ ଜିଲ୍ଲା ବିଜେପି ପକ୍ଷରୁ ପଶ୍ଚିମବଙ୍ଗ କଂଗ୍ରେସ ସାଂସଦ ଅଧିର ରଞ୍ଜନ ଚୌଧୁରୀ ସଂସଦ ରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଯେଉଁ ଭଳି ଆକ୍ଷେପ କରି କଟୁ ମନ୍ତବ୍ଯ ଦେଇଛନ୍ତି ତାହାର ପ୍ରତିବାଦରେ ଜିଲ୍ଲା ବିଜେପି ପକ୍ଷରୁ ପ୍ରତିବାଦ ସ୍ବରୂପ ସୋନିଆ ଗାନ୍ଧୀ,ରାହୁଲ ଗାନ୍ଧୀ ଓ ବିରୋଧୀ ଦଳ ନେତା ଅଧିର ରଂଜନ ଚୌଧୁରୀ ଙ୍କ କୁଶପୁଳିକା ଦାହ କରିଛନ୍ତି ଦଳୀୟ କର୍ମୀ | ବିଜେପି ପକ୍ଷରୁ କୁହାଯାଇଛି ଯେ ଶ୍ରୀ ଚୌଧୁରୀ ପୂର୍ବରୁ ମଧ୍ୟ ମେକଇନ ଇଣ୍ଡିଆ କୁ ରେପଇନ ଇଣ୍ଡିଆ ଓ ରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମନ ଙ୍କୁ ଦୁର୍ବଳା ସୀତା ରମନ ବୋଲି ଆକ୍ଷେପ କରିଥିଲେ । ବାରମ୍ବାର ତାଙ୍କର ଏହିଭଳି ଆକ୍ଷେପ ମାମଲାରେ କେଦ୍ର ସରକାର ତୁରନ୍ତ ତାଙ୍କୁ ଆରେଷ୍ଟ କରି ଜେଲରେ ରଖନ୍ତୁ । ନିଜର ଏହିଭଳି ମନ୍ତବ୍ୟ ପାଇଁସାରା ଦେଶକୁ କ୍ଷମା ମାଗିବା ଆବଶ୍ୟକ ନହେଲେ ଆଗାମୀ ଦିନରେ କଂଗ୍ରେସ ଦଳବିରୋଧ ରେ ବିରୋଧୀ ପ୍ରଦର୍ଶନ କୁ ଜୋରଦାର କରାଯିବ ବୋଲି ଦଳୀୟ କର୍ମୀ ମତରଖିଛନ୍ତି ।

ad-week
Leave A Reply

Your email address will not be published.