‘ଟୁଇଟର୍‌’ ବିରୋଧରେ ପାଲଟା ମାମଲା ରୁଜୁ କଲେ ଏଲନ୍‌ ମସ୍କ୍‌

add-all

ୱିଲ୍‌ମିଙ୍ଗ୍‌ଟନ୍‌: ସାମାଜିକ ଗଣମାଧ୍ୟମ ‘ଟୁଇଟର୍‌’ ବିରୋଧରେ ପାଲଟା ମାମଲା ରୁଜୁ କରିଛନ୍ତି ଏଲନ୍‌ ମସ୍କ୍‌।
‘ଟୁଇଟର୍‌’କୁ ଖରିଦ କରିବା ପାଇଁ ଏଲନ୍‌ ମସ୍କ୍‌ ୪୪ ବିଲିୟନ୍‌ ଡଲାର୍‌ ମୂଲ୍ୟର ରାଜିନାମା ସ୍ବାକ୍ଷର କରିଥିଲେ ବି କେତେକ କାରଣରୁ ସେ ଉକ୍ତ ରାଜିନାମାରୁ ଓହରି ଆସିଥିଲେ । ଏନେଇ ‘ଟୁଇଟର୍‌’ ପକ୍ଷରୁ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ବେଳେ, ଏବେ ସେ ନିଜେ ପାଲଟା ମାମଲା ରୁଜୁ କରିଛନ୍ତି।

ଏ ସଂକ୍ରାନ୍ତରେ ଦାଖଲ ହୋଇଥିବା ୧୬୪ ପୃଷ୍ଠା ସମ୍ବଳିତ ଦଲିଲକୁ ସାର୍ବଜନୀନ କରାଯାଇ ନ ଥିଲେ ବି ଏହାର ସମ୍ପାଦିତ ଅଂଶ ଖୁବ୍‌ ଶୀଘ୍ର ସର୍ବସାଧାରଣରେ ପ୍ରକାଶ କରାଯିବ ବୋଲି ଅଦାଲତ ରାୟ ଦେଇଛନ୍ତି।

ମସ୍କ୍‌ ଉକ୍ତ ରାଜିନାମାରୁ ଓହରି ଯାଇ ପାରିବେ କି, ନାହିଁ, ତାହା ଧାର୍ଯ୍ୟ କରିବା ଲାଗି ଅକ୍ଟୋବର ୧୭ ତାରିଖରୁ ୫ଦିନିଆ ବିଚାର ଆରମ୍ଭ କରିବା ଲାଗି ‘ଡିଲାୱେର୍‌ କୋର୍ଟ ଅଫ୍‌ ଚାନ୍‌ସେରି’ର ଚାନ୍‌ସେଲର୍‌ କ୍ୟାଥ୍‌ଲିନ୍‌ ମ୍ୟାକ୍‌କର୍ମିକ୍‌ ଆଦେଶ ଦେବାର କିଛି ସମୟ ପରେ ସେ (ମସ୍କ୍‌) ପାଲଟା ମାମଲା ରୁଜୁ କରିଥିଲେ।

ଏ ସଂକ୍ରାନ୍ତରେ ମନ୍ତବ୍ୟ ଦେବାକୁ ଯୋଗାଯୋଗ କରାଯାଇଥିଲେ ବି ‘ଟୁଇଟର୍‌’ ତୁରନ୍ତ କୌଣସି ଜବାବ ଦେଇନାହାନ୍ତି।

ରାଜିନାମାର ଅନିଶ୍ଚିତତା କାରଣରୁ ‘ଟୁଇଟର୍‌’ର ସମ୍ଭାବ୍ୟ କ୍ଷତି ହେବା ଆଶଙ୍କାରେ ବିଚାରପତି ମ୍ୟାକ୍‌କେର୍ମିକ୍‌ ଗତ ସପ୍ତାହରେ ଉକ୍ତ ମାମଲାକୁ ‘ଫାଷ୍ଟ୍‌-ଟ୍ରାକ୍‌’ କରାଇଥିଲେ।

ଆର୍ଥିକ କ୍ଷତି ଏବଂ କମ୍ପାନିରେ ଗୋଳମାଳିଆ ପରିସ୍ଥିତି ଲାଗି ‘ଟୁଇଟର୍‌’ ଅଦାଲତରେ ଚାଲିଥିବା ମାମଲାକୁ ଦାୟୀ କରିଛି।

ad-week
Leave A Reply

Your email address will not be published.