୬ ରାଜ୍ୟରେ ଏନଆଇଏର ଚଢଉ; ଆଇଏସ୍‌ଆଇଏସ୍‌ର ୧୩ ସନ୍ଦିଗ୍ଧ ଠିକଣାରେ ଯାଞ୍ଚ ଜାରି, ବହୁ ଆପତ୍ତିଜନକ ଦସ୍ତାବିଜ ଜବତ

add-all

ନୂଆଦିଲ୍ଲୀ : ଦେଶର ୬ ରାଜ୍ୟର ୧୩ଟି ଭିନ୍ନ ଭିନ୍ନ ସ୍ଥାନରେ ଚଢଉ କରିଛି ରାଷ୍ଟ୍ରୀୟ ତଦନ୍ତକାରୀ ଏଜେନ୍ସି । ଆଇଏସଆଇଏସ ସହ ଜଡିତ ସନ୍ଦିଗ୍ଧ ଗତିବିଧିକୁ ନେଇ ବିଭିନ୍ନ ସ୍ଥାନରେ ଚଢଉ କରାଯାଇଥିଲା । ଏନଆଇଏ ଯେଉଁ ସବୁ ରାଜ୍ୟରେ ଚଢଉ କରିଛି ସେଥିରେ ମଧ୍ୟ ପ୍ରଦେଶ, ଗୁଜରାଟ, ବିହାର, କର୍ଣ୍ଣାଟକ, ମହାରାଷ୍ଟ୍ର, ଉତ୍ତର ପ୍ରଦେଶ ସାମିଲ ରହିଛି।
ଦୀର୍ଘ ଘଣ୍ଟା ଧରି ଚାଲିଥିବା ଏହି ଚଢଉରେ ଏନଆଇଏ ଟିମ ତନତନ କରି ସବୁ କିଛି ଯାଞ୍ଚ କରୁଛି । ରିପୋର୍ଟ ଅନୁସାରେ ବର୍ତ୍ତମାନ ସୁଦ୍ଧା ଅନେକ ଲୋକଙ୍କୁ ହେପାଜତକୁ ନିଆଯାଇଛି । ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ବହୁ ସଂଖ୍ୟାରେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ବହୁ ଅପତ୍ତିଜନକ ଦସ୍ତାବିଜ ଜବତ କରାଯାଇଛି ।
ଏନଆଇଏ ଗତ ଜୁନ ୬ରେ ଆଇପିସିର ଧାରା ୧୫୩ ଏ, ୧୫୩ ବି ଏବଂ ୟୁଏ(ପି) ଆକ୍ଟର ଧାରା ୧୮, ୧୮ବି, ୩୮, ୩୯ ଏବଂ ୪୦ ଅଧିନରେ ମାମଲା ରୁଜୁ କରିଥିଲା । ଏବେ ସେହି ମାମଲାରେ ଯାଞ୍ଚକୁ ଅଧିକ ସକ୍ରିୟ କରିଛି ଏନଆଇଏ।

ad-week
Leave A Reply

Your email address will not be published.