ଦଣ୍ଡମୁକ୍ତ ଅଞ୍ଚଳରେ ଦଣ୍ଡର ପ୍ରହାର : ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର

add-all

ଫୁଲବାଣୀ(୦୨/୦୮) : କେନ୍ଦ୍ରସରକାର ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଶିକ୍ଷାର ମାନ ବୃଦ୍ଧି ନିମନ୍ତେ ବିଭିନ୍ନ ଯୋଜନା ସୃଷ୍ଟି କରାଯାଉଛି।ଏପରିକି ଘରୋଇ ଶିକ୍ଷାନୁଷ୍ଠାନରେ ଯାହା ସବୁ ଦିଆ ଯାଉଛି ତା ଠାରୁ ଆହୁରି ଅଧିକ ସୁବିଧା ପାଇବା ପାଇଁ ନୂତନ ଶୈଳୀରେ ଉଚ୍ଚ ବିଦ୍ୟାଳୟ ମାନଙ୍କୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ସ୍ମାର୍ଟ ସ୍କୁଲ ନିର୍ମାଣ କରାଯାଉଛି।ରାଜ୍ୟରେ ଯେପରି ସମସ୍ତେ ଉତ୍ତମ ଶିକ୍ଷା ଲାଭ କରି ସ୍ୱାବଲମ୍ବୀ ହୋଇପାରିବେ ସେଥିପ୍ରତି ଧ୍ୟାନ ଦିଆଯାଉଛି । ସେଥିପାଇଁ ପ୍ରତ୍ୟେକ ବିଦ୍ୟାଳୟକୁ ଦଣ୍ଡମୁକ୍ତ ଅଞ୍ଚଳ କରାଯାଇଛି।ହେଲେବି ଦଣ୍ଡ ମୁକ୍ତ ଅଞ୍ଚଳରେ ଦଣ୍ଡ ପ୍ରହାର କିପରି ହେଉଛି । ଫଳରେ ପିଲାମାନେ ଭୟରେ ଅଧାରୁ ପାଠ ପଢା ଛାଡି ଦେଉଛନ୍ତି। ଏପରି ଜଣେ ଶିକ୍ଷକଙ୍କ ମାଡରେ ଛାତ୍ର ଲହୁ ଲୁହାଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଘଟଣାଟି ଘଟିଛି କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ପିକରଡି ପଞ୍ଚାୟତ ହାଇସ୍କୁଲରେ। ସ୍କୁଲର ଜିତେନ୍ଦ୍ର ମଲିକ ନାମକ ଜଣେ ଶିକ୍ଷକ ନିଶାଗ୍ରସ୍ତ ଅବସ୍ଥାରେ କୁଆଡେ ପ୍ରତିଦିନ ସ୍କୁଲକୁ ଆସି ଛାତ୍ରଛାତ୍ରୀମାନଙ୍କୁ ଗାଳି ଗୁଳଜ କରିବା ସହ ମାଡ଼ ମାରୁଥିବା ଅଭିଯୋଗ ହୋଇଛି । ଗତକାଲି ଚିନ୍ମୟ ପ୍ରଧାନ ନାମକ ୯ମ ଶ୍ରେଣୀ ଛାତ୍ରଙ୍କୁ ଏହି ଶିକ୍ଷକ ମାଡ ମାରିବା ଫଳରେ ଛାତ୍ର ଚିନ୍ମୟ ଆହତ ହୋଇଥିବା ଅଭିଯୋଗ ହୋଇଛି ।

ଫଳରେ ବର୍ତ୍ତମାନ ଛାତ୍ର ଜଣକ ଭୟରେ ସ୍କୁଲ ଆସୁନି । ସୂଚନାଯୋଗ୍ୟଯେ, ଗତ ମାସରେ ସିମନବାଡ଼ି ହାଇସ୍କୁଲର ଜଣେ ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ମାଡମାରିବା ଫଳରେ ଛାତ୍ରୀ ଜଣଙ୍କ ଘରେ ଜଣାଇବା ପରେ ଛାତ୍ରୀର ବାପା ଦାରିଙ୍ଗବାଡି ଥାନାରେ ଏତେଲା ଦେଇଥିଲେ।ପରେ ଏ ସଂପର୍କରେ ଆଲୋଚନା ପରେ ଛାତ୍ରୀ ଜଣଙ୍କ ମାସକ ପରେ ସ୍କୁଲ ଆସିଥିଲା ଏତେ ଘଟଣା ପରେବି ଶିକ୍ଷକମାନଙ୍କ ମାନସିକତାରେ ପରିବର୍ତ୍ତନ ହେଉନି। ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟିଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି।

ad-week
Leave A Reply

Your email address will not be published.