
ଦାରିଙ୍ଗବାଡ଼ି, (୨/୮) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଧିନସ୍ତ ବ୍ରାହ୍ମଣୀଗାଁ ଗ୍ରାମପଞ୍ଚାୟତ ଅଧିନସ୍ତ ଗ୍ରାମ ବାସୀ ମାନେ ପାନୀୟଜଳର ଉତ୍କଟ ସମସ୍ୟାରେ ଦୀର୍ଘ ବର୍ଷ ଧରି ହଇରାଣ ହରକତ ହୋଇ ଆସୁ ଛନ୍ତି। ପାନୀୟ ଜଳ ସମସ୍ୟା ନେଇଁ ବହୁବର୍ଷ ଧରି ପଞ୍ଚାୟତ ବାସୀ ଜିଲାପାଳ, ବିଧାୟକ ଓ ସାଂସଦଙ୍କୁ ଅଭିଯୋଗ କରି ଆସୁଥିଲେ। ପଞ୍ଚାୟତ ବାସୀଙ୍କ ଅଭିଯୋଗ ପ୍ରକାରେ ଜିଲା ପ୍ରଶାସନ ପକ୍ଷରୁ ପାନୀୟ ଜଳ ଯୋଗାଇବା ପାଇଁ ବହୁ ଉଦ୍ୟମ କରି ବିଭିନ୍ନ ସ୍ଥାନରେ ନଳକୂପ ଖନନ କରାଗଲା ହେଲେ ଭୂତଳ ଜଳର ଅଭାବ ଥିବାରୁ ପାନୀୟ ଜଳ ଯୋଗାଣ ହୋଇ ପାରୁନଥିଲା। ବିଧାୟକ ଓ ସାଂସଦଙ୍କ ଉଦ୍ୟମ କ୍ରମେ ମେଘା ପ୍ରକଳ୍ପରେ ସଂଯୋଗ କରା ଯାଇ ଜାଗା ଚିହ୍ନଟ କାର୍ଯ୍ୟର ଶୁଭାରମ୍ଭ କରଯାଇ ଥିବା ଖବର ହସ୍ତଗତ ହୋଇଛି। ଗତକାଲି ରାଜସ୍ୱ ବିଭାଗ ନିରୀକ୍ଷକ ରଞ୍ଜିତ କହଁର, ସରପଞ୍ଚ ସଂଯୁକ୍ତା ମଲିକ ଓ ପ୍ରକଳ୍ପର କର୍ମଚାରୀ ଙ୍କ ଉପସ୍ଥିତିରେ ବ୍ରାହ୍ମଣୀଗାଁର ବଙ୍ଗଡ଼ଦୁଆ ଘାଟି ଉପରେ ଥିବା ସମତଳ ଜାଗା ଚିହ୍ନଟ କରି ସ୍କେଚ ମ୍ୟାପ ପ୍ରସ୍ତୁତ କରା ଯାଇ ଥିବା ସରପଞ୍ଚ ଶ୍ରୀମତୀ ମଲିକ ସୂଚନା ଦେଇଛନ୍ତି। ଏହି ଖବର ପ୍ରସାରିତ ହେବା ପରେ ଦୀର୍ଘ ବର୍ଷର ସମସ୍ୟା ଦୁରହେବ ବୋଲି ପଞ୍ଚାୟତ ବାସୀଙ୍କ ମନରେ ଆଶା ପ୍ରକଟ ହୋଇଥିବା ଜଣା ପଡିଛି।