ଓଟିଏମ୍ ପୂର୍ବ କର୍ମଚାରୀଙ୍କୁ ମିଳିବ ବକେୟା ଅର୍ଥ, ୧୫୦ କୋଟି ଦେବାକୁ ସରକାର ପ୍ରସ୍ତୁତ

add-all

ଓଟିଏମ ପୁନଃରୁଦ୍ଧାର ପ୍ରସଙ୍ଗରେ ହାଇକୋର୍ଟ ମାମଲାର ଶୁଣାଣି। ଅଫିସିଆଲ ଲିକ୍ୟୁଡେଟର ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ନିଯୁକ୍ତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ଓଟିଏମ କମ୍ପାନୀର କେତେ କର୍ମଚାରୀଙ୍କର କେତେ ଟଙ୍କା ବକେୟା ରହିଛି, ସେନେଇ ହିସାବ କରିବାକୁ ଚାଟାର୍ଡ ଆକାଉଣ୍ଟଣ୍ଟ ନିଯୁକ୍ତି କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଓଟିଏମ ପାଇଁ ରାଜ୍ୟ ସରକାର ୧୫୦ କୋଟି ଟଙ୍କା ଦେବାକୁ ଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ ସରକାର ୩୦ କୋଟି ଟଙ୍କା ଓ ଇଡ଼କୋ ୫ କୋଟି ଟଙ୍କା ଡିପୋଜିଟ କରିଥିବା ନେଇ ସରକାରଙ୍କ ପକ୍ଷରୁ ହାଇକୋର୍ଟଙ୍କୁ ଅବଗତ କରାଯାଇଛି।

ଗୋଟିଏ ମିଟରରେ ୯୦ଟି କ୍ୱାର୍ଟରର ବିଦ୍ୟୁତ ସଂଯୋଗ ହୋଇଥିବା କୋର୍ଟଙ୍କୁ ଜଣାଇବା ପରେ ପ୍ରତ୍ୟେକ କ୍ୱାର୍ଟରକୁ ପୃଥକ ମିଟର ସଂଯୋଗ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କର୍ମଚାରୀ ମାନେ ଏନେଇ ଅଫିସିଆଲ ଲିକ୍ୟୁଡେଟରଙ୍କୁ ଜଣାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାର ଓଟିଏମକୁ ଅଧିଗ୍ରହଣ କରିବା ନେଇ ପ୍ରସ୍ତାବ ଦେଇଥିବା ଜଣାପଡିଛି। ଏନେଇ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ପ୍ରାୟ ୫୨୧ ଏକର ଜମିରେ ସରକାର କୌଣସି ନୂଆ ପ୍ରକଳ୍ପ କରିପାରନ୍ତି। ଓଟିଏମକୁ ରାଜ୍ୟ ସରକାର ଟେକଓଭର କରନ୍ତୁ ବୋଲି ଆବେଦନକାରୀ ହାଇକୋର୍ଟରେ ମାମଲା ଦାୟର କରିଥିଲେ। ଆସନ୍ତା ୬ ସପ୍ତାହ ପରେ ମମାଲର ପରବର୍ତ୍ତୀ ଶୁଣାଣି ହେବ ବୋଲି ଧାର୍ଯ୍ଯ କରାଯାଇଛି।

ad-week
Leave A Reply

Your email address will not be published.