ତାଇୱାନ୍‌ ଛାଡିଲେ ନାନ୍ସି, ଦଣ୍ଡ ଦେବାକୁ ପ୍ରତିଜ୍ଞା କଲା ଚାଇନା

add-all

ବେଜିଂ: ଚାଇନାର ଧମକ ସତ୍ତ୍ୱେ ତାଇୱାନ୍‌ ଯାଇଥିବା ଆମେରିକା ସିନେଟର ବାଚସ୍ପତି ନାନ୍ସି ପେଲୋସି ଆଜି ନିଜ କାର୍ଯ୍ୟକ୍ରମ ସାରି ତାଇପେଇ ଛାଡିଛନ୍ତି। ନାନ୍ସି ତାଇୱାନ୍‌ରୁ ସିଧା ଦକ୍ଷିଣ କୋରିଆ ଗସ୍ତ କରିଛନ୍ତି। ତେବେ ନାନ୍ସିଙ୍କ ଗସ୍ତକୁ ବିରୋଧ କରୁଥିବା ଚାଇନା ଏବେ ନିଜର ଆଭିମୁଖ୍ୟକୁ ଆହୁରି ଆକ୍ରାମଣାତ୍ମକ କରିଛି। ନାନ୍ସିଙ୍କ ଗସ୍ତର ଦଣ୍ଡ ତାଇୱାନ୍‌ ଭୋଗିବ ବୋଲି ବେଜିଂ ପ୍ରତିଜ୍ଞା କରିଛି। ଏଥିସହ ତାଇୱାନ୍‌ ସୀମା ନିକଟରେ ସମରାଭ୍ୟାସ ଜୋରଦାର କରିଥିବା ରିପୋର୍ଟ ପ୍ରକାଶ ପାଇଛି।
ଆମେରିକା ଲୋକତନ୍ତ୍ର ଆଳରେ ଚୀନର ଅଖଣ୍ଡତା ଓ ସାର୍ବଭୌମତ୍ୟକୁ ଉଲ୍ଲଙ୍ଘନ କରିଛି। ଚାଇନାକୁ ଯିଏ ଆଘାତ ପହଞ୍ଚାଇବ ତାକୁ ନିଶ୍ଚିତ ରୂପେ ଦଣ୍ଡ ଦିଆଯିବ ବୋଲି ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ଇ ଖୋଲା ଧମକ ଦେଇଛନ୍ତି।
ସ୍ୱଶାସିତ ତାଇୱାନ୍‌କୁ ଚାଇନା ନିଜ ଅଂଶ ବୋଲି କହୁଛି। ନାନ୍ସି ତାଇୱାନ୍‌ରେ ପହଞ୍ଚିବାର କିଛି ମିନିଟ୍‌ ପରେ ଡ୍ରାଗନ୍‌ ତାଇୱାନ୍‌କୁ ଘେରି ଲାଇଭ୍‌ ଫାୟର ସମରାଭ୍ୟାସର କରିବାକୁ ଘୋଷଣା କରିଥିଲା। ଏଥିସହ ତାଇୱାନ୍‌ ଉପରେ ଆର୍ଥିକ ପ୍ରତିବନ୍ଧକ ମଧ୍ୟ ଲଗାଇଥିବା ସୂଚନା ରହିଛି। ସେପଟେ ତାଇୱାନ୍‌ ମଧ୍ୟ ସୈନ୍ୟ ଶକ୍ତି ପ୍ରଦର୍ଶନର ଏକ ଭିଡିଓ ଜାରି କରିଛି।
ଚାଇନା ମଙ୍ଗଳବାର ଠାରୁ ରବିବାର ପର୍ଯ୍ୟନ୍ତ ତାଇୱାନର ୬ ଟି ଅଞ୍ଚଳରେ ଲାଇଭ୍ ଫାୟାର ସମରାଭ୍ୟାସ କରିବାକୁ ଘୋଷଣା କରିଛି। ଏହି ଅଞ୍ଚଳଗୁଡିକ ମଧ୍ୟରୁ କେତେକ ତାଇୱାନର ସାମୁଦ୍ରିକ ସୀମା ଅଞ୍ଚଳରେ ରହିଛି। ସେପଟେ ଚୀନର ଏହି ସମରାଭ୍ୟାସ ତାଇୱାନର ବିମାନ ଚଳାଚଳ ଏବଂ ଜାହାଜର ଗତିବିଧି ଉପରେ ମଧ୍ୟ ପ୍ରଭାବ ପକାଇବ ବୋଲି କୁହାଯାଉଛି, କାରଣ ତାଇୱାନ ଜଳଭାଗ ଦୁନିଆର ସବୁଠୁ ବ୍ୟସ୍ତବହୁଳ ବାଣିଜ୍ୟ ମାର୍ଗ ଅଟେ।

ad-week
Leave A Reply

Your email address will not be published.