ଜନ ପ୍ରତିନିଧିଙ୍କ ସ୍କୁଲ ପରିଦର୍ଶନ

add-all

ଦାରିଙ୍ଗବାଡ଼ି (୩/୮) : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସଂଯୁକ୍ତା ମଲିକ, ନାଏବ ସରପଞ୍ଚ ହର୍ଷବର୍ଦ୍ଧନ ବସ୍ତିରାୟଙ୍କ ସହିତ ୱାର୍ଡ ସଦସ୍ୟ ଗଣ ବ୍ରାହ୍ମଣୀଗାଁ ସ୍ଥିତ ସ୍ମାର୍ଟସ୍କୁଲ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ହାଟ ପଦା ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନରେ ଯାଇ ବିଦ୍ୟାଳୟର ସମସ୍ୟା ସମ୍ପର୍କରେ ପ୍ରଧାନ ଶିକ୍ଷକ ଙ୍କୁ ପଚାରି ବୁଝି ଥିଲେ। ସ୍ମାର୍ଟ ଉଚ୍ଚ ବିଦ୍ୟାଳୟରେ ଶ୍ରେଣୀ କକ୍ଷର ଅଭାବ ସହିତ, ପାନୀୟ ଜଳ ସମସ୍ୟା ଓ ସାଇକେଲ ଷ୍ଟାଣ୍ଡର ଆବଶ୍ୟକତା ଥିବା ବେଳେ ଦୁଇ ଉଚ୍ଚ ପ୍ରାଥମିକ ବିଦ୍ୟାଳରେ ଦୀର୍ଘ ବର୍ଷର ଆଜବେଷ୍ଟସ ଛପର ଶ୍ରେଣୀ ଗୃହରେ ଶିକ୍ଷାଦାନ ଚାଲିଥିବା ଦେଖି ସରପଞ୍ଚ ଶ୍ରୀମତୀ ମଲିକ ଆଶ୍ଚର୍ଯ୍ୟ ହେବା ସହିତ ପକ୍କା ଛାତ ଘର ବିଡ଼ିଓଙ୍କୁ କହି କରିବାକୁ ପ୍ରତିଶୃତି ଦେଇଥିବା ଜଣାପଡିଛି। ଜନ ପ୍ରତି ନିଧି ମାନଙ୍କ
ଶିକ୍ଷା ଅନୁଷ୍ଠାନ ଅରିଦର୍ଶନ ଫଳରେ ଶିକ୍ଷା ଅନୁଷ୍ଠାନ ଚଳ ଚଞ୍ଚଳ ହୋଇଥିବା ସହିତ ସ୍କୁଲର ଛୋଟବଡ଼ ସମସ୍ୟାର ଆସୁ ସମାଧାନ ହୋଇ ପାରିବ ବୋଲି ସର୍ଵ ସାଧାରଣରେ ଅଲୋଚନା କରୁଥିବା ଜଣାପଡିଛି।

ad-week
Leave A Reply

Your email address will not be published.