ସଂରକ୍ଷିତ ଜଙ୍ଗଲରେ ଚାଲିଥିବା ବେଆଇନ କୋଠା ନିର୍ମାଣକୁ ନଷ୍ଟ କଲା ଜଙ୍ଗଲ ବିଭାଗ

add-all

ଦାରିଙ୍ଗବାଡ଼ି(୩/୮) : ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ ତଗାପାଙ୍ଗା ଗ୍ରାମ ସାଡ୍ରାପ୍ଲିଉ ସଂରକ୍ଷିତ ଜଙ୍ଗଲରେ ବେଆଇନ କୋଠା ନିର୍ମାଣ ଘଟଣା ନେଇ ଜିଲ୍ଲାପାଳଙ୍କ ନିକଟିକୁ ଲିଖିତ ଅଭିଯୋଗ ପତ୍ର ଦେବା ଓ ଏହି ଘଟଣା ସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଜଙ୍ଗଲ ବିଭାଗ ତଦନ୍ତ ଆରମ୍ଭ କରିଥିଲେ । ଏହାପରେ କୋଠା ନିର୍ମାଣ କାରୀଙ୍କୁ ଜଙ୍ଗଲ ବିଭାଗ ପକ୍ଷରୁ ଦୁଇଦିନ ମଧ୍ୟରେ ଏହାର ଉତ୍ତର ରଖିବାକୁ ନୋଟିସ କରାଯାଇ ଥିଲା ।ଏହାପରେ ଆଜି ଜଙ୍ଗଲ ବିଭାଗ ପକ୍ଷରୁ ଉକ୍ତ ସଂରକ୍ଷିତ ଜଙ୍ଗଲରେ ବେଆଇନ କୋଠା ନିର୍ମାଣ କାର୍ଯ୍ୟକୁ ମେସିନ ଲଗାଇ ସମ୍ପୂର୍ଣ୍ଣ ନଷ୍ଟ କରାଯାଇଥିବା ଜଣା ପଡ଼ିଛି । ସୂଚନା ମୁତାବକ ଏହି ଘଟଣା ନେଇ ଉକ୍ତ ସଂରକ୍ଷିତ ଜଙ୍ଗଲରେ ପାରମ୍ପରିକ ଚାଷକରି ପେଟ ପୋସୁଥିବା ତାଗାପାଙ୍ଗା ଗ୍ରାମର ଅନୁସୂଚିତ ଜନଜାତିର ଲୋକମାନେ ବେଆଇନ କୋଠା ନିର୍ମାଣ ବନ୍ଦ କରିବା ପାଇଁ ବାରମ୍ବାର କହିଥିଲେ ମଧ୍ୟ ଏହାକୁ ଭ୍ରୁକ୍ଷେପ ନକରି ଗ୍ରାମର ଲୋକଙ୍କୁ ଧମକ ଦେଇ କୋଠା ନିର୍ମାଣ ଜାରି ରଖିଥିଲେ । ଏହାପରେ ଗ୍ରାମର ଲୋକମାନେ ଲିଖିତ ଭାବେଦାରିଙ୍ଗବାଡ଼ି ପୋଲିସ ଓ ଜଙ୍ଗଲ ବିଭାଗ ଅଧିକାରୀଙ୍କୁ ଅବଗତ କରାଇଥିଲେ । ହେଲେ ଏଥିରେ ମଧ୍ୟ ଗ୍ରାମବାସୀ କୌଣସି କଥାକୁ କେହି ଗୁରୁତ୍ୱ ଦେଇ ନଥିବାରୁ ବାଧ୍ୟ ହୋଇ ଗ୍ରାମର ଲୋକମାନେ ଏକତ୍ରିତ ହୋଇ ଏକ ବୈଠକ କରି ଜିଲ୍ଲାପାଳଙ୍କ ନିକଟିକୁ ଲିଖିତ ଅଭିଯୋଗ ପତ୍ର ଦେଇଥିଲେ । ଏହା ପରେ ପ୍ରଶାସନ ଓ ଜଙ୍ଗଲ ବିଭାଗ ନିର୍ମାଣ କାର୍ଯ୍ୟକୁ ନଷ୍ଟ କରିଥିବା ଖବର ହସ୍ତଗତ ହୋଇଛି।

ad-week
Leave A Reply

Your email address will not be published.