ସ୍କୁଟିରୁ ଖସି ମହିଳା ଗୁରୁତର

add-all

ହିଞ୍ଜିଳିକାଟୁ (୩।୮) : ହିଞ୍ଜିଳି ଥାନା ହିଞ୍ଜିଳି ଗ୍ରାମ ଶେଷ ଖରିଡା ଛକ ନିକଟ ଡଦରଙ୍ଗବାଲି ଛକରେ ସ୍କୂଟି ରୁ ଖସି ମହିଳା ଗୁରୁତର ହୋଇଛନ୍ତି । ଗୁରୁତର ମହିଳା ଜଣଙ୍କ ହେଲେ ହିଞ୍ଜିଳି ଥାନା ଅନ୍ତର୍ଗତ ଶିକିରି ଗ୍ରାମ ଗଙ୍ଗାଧର ମହାରଣା ଙ୍କ ସ୍ତ୍ରୀ ଲକ୍ଷ୍ମୀ ମହାରଣା ୩୮ । ସୂଚନା ମୁତାବକ ଲକ୍ଷ୍ମୀ ତାଙ୍କ ସହ ଶିକିରି ଗ୍ରାମ ରୁ କୌଣସି କାମରେ ହିଞ୍ଜିଳିକାଟୁ ଆସୁଥିବା ବେଳେ ହିଞ୍ଜିଳି ଖରିଡା ଛକ ନିକଟ ବଜରଙ୍ଗବାଲି ଛକ ନିକଟରେ କୌଣସି କାରଣରୁ ଲକ୍ଷ୍ମୀ ସ୍କୁଟି ରୁ ଖସି ପଡି ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଵାସିନ୍ଦା ଏକ ଅଟୋ ଯୋଗେ ହିଞ୍ଜିଳିକାଟୁ ମେଡିକଲ ରେ ଭର୍ତି କରିଥିଲେ।
ସେଠାରେ ଲକ୍ଷ୍ମୀ ଙ୍କ ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ।

ad-week
Leave A Reply

Your email address will not be published.