ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପ୍ରସଙ୍ଗ ନେଇ କେ.ଆର୍ଯ୍ୟପଲ୍ଲୀ ଗ୍ରାମବାସୀଙ୍କ ସହ ଆଲୋଚନାକଲେ ତହସିଲଦାର


ଛତ୍ରପୁର : ଛତ୍ରପୁର ବ୍ଲକ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ପଂଚାୟତର କେ. ଆର୍ଯ୍ୟପଲ୍ଲୀ ଗ୍ରାମରେ ଏକ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ନିମନ୍ତେ ଅନୁସୂଚିତ ଜାତି କମିଟି ପକ୍ଷରୁ ବିଜେଡି ଯୁବନେତା କାହ୍ନୁଚରଣ ବେହେରାଙ୍କ ନେତୃତ୍ୱରେ ବହୁଗ୍ରାମବାସୀମାନେ ଗତ ସୋମବାର ଦିନ ଗଂଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କୁ ଭେଟି ଏକ ଦାବୀ ପ୍ରଦାନ କରିଥିଲେ ।
ଏନେଇ ବୁଧବାର ପୂର୍ବାହ୍ନରେ ଛତ୍ରପୁର ତହସିଲଦାର ପ୍ରକାଶ କୁମାର ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ୍ କେ. ଆର୍ଯ୍ୟପଲ୍ଲୀ ଗ୍ରାମରେ ପହଞ୍ଚି ଏସମ୍ପର୍କରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି । ଗ୍ରାମବାସୀଙ୍କ ପକ୍ଷରୁ ଗ୍ରାମରେ ବାତ୍ୟାଆଶ୍ରୟ ସ୍ଥଳୀ ନିମନ୍ତେ ଆବଶ୍ୟକତା ରହିଥିବା ସେମାନେ ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଏଥି ନିମନ୍ତେ ଉଚିତ ସ୍ଥାନ ମଧ୍ୟ ସେମାନେ ତହସିଲଦାର ଏବଂ ତାଙ୍କ ଟିମ୍ କୁ ଦେଖାଇଥିଲେ ।
କେ. ଆର୍ଯ୍ୟପଲ୍ଲୀ ଗ୍ରାମରେ ପ୍ରାୟ ୩୫୦ ପରିବାର ବସବାସ କରୁଛନ୍ତି । ଏହି ଅଂଚଳ ସମୁଦ୍ର ନିକଟବର୍ତ୍ତୀ ଅଂଚଳ ରେ ରହିଥିବାରୁ ବନ୍ୟା, ବାତ୍ୟା ବେଳେ ଏହି ପରିବାର ରେ ବସବାସ କରୁଥିବା ଲୋକଙ୍କ ସୁରକ୍ଷା ପାଇଁ ଗ୍ରାମାବାସୀଙ୍କ ପକ୍ଷରୁ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରିବା ପାଇଁ ତହସିଲଦାରଙ୍କୁ ଅନୁରୋଧ କରାଯାଇଛି । ତହସିଲଦାରଙ୍କ ସହ ଏହି ଆଲୋଚନା ବେଳେ ଅତିରିକ୍ତ ତହସିଲଦାର ଜସ୍ମିନ ପ୍ରଧାନ, ଛତ୍ରପୁର ଅମିନ ତପନ କୁମାର ଦାସ , କେ.ଆର୍ଯ୍ୟପଲ୍ଲୀ ଗ୍ରାମର ସୁଦାମ ଦାସ, ସନ୍ତୋଷ ବେହେରା, ସୁରେଶ ବେହେରା, ଭାଷ୍କର ଦାସ, ସୁକାନ୍ତ ଦାସ, ଭୀମସେନ ଦାସ, ଶିବରାମ ବେହେରା ଓ ରବିଦାସଙ୍କ ସମେତ ବହୁ ଗ୍ରାମାବାସୀ ମାନେ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.