ସପ୍ତାହ ମଧ୍ୟରେ ଦୁଇଟି ଗ୍ରାମୀଣ ବ୍ୟାଙ୍କରେ ଡକାୟତ ଉଦ୍ୟମ

add-all


ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାରେ ଦିନକୁ ଦିନ ଚୋରି ଡକାୟତି ବଢୁଥିବା ବେଳେ ଏବେ ବିଭିନ୍ନ ଗ୍ରାମାଞ୍ଚଳର ବ୍ୟାଙ୍କ୍ ଉପରେ ଡକାୟତ ଙ୍କ ଆଖି ପଡ଼ିବା ପୋଲିସ୍ ତଥା ଜିଲ୍ଲା ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲୋଟିଛି। ଡକାୟତଙ୍କ ଟାର୍ଗେଟ ରେ ଏଥର ଗ୍ରାମାଞ୍ଚଳର ବ୍ୟାଙ୍କ | ଗତ ଏକ ସପ୍ତାହ ଭିତରେ ଇଏ ହେଉଛି ଦ୍ଵିତୀୟ ଘଟଣା,ସଦର ଥାନା ଅନ୍ତର୍ଗତ ଦୁଇ ଦୁଇ ଟି ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ରେ ଲୁଟ ଉଦ୍ୟମ ହୋଇଛି |
ନବରଙ୍ଗପୁର ଜିଲ୍ଲା ରେ ପୋଲିସ କୁ ଖୋଲା ଚାଲେଞ୍ଜ ଦେଇ ଗୋଟିଏ ପରେ ଗୋଟିଏ ବ୍ୟାଙ୍କ କୁ ଟାର୍ଗେଟ କଲେଣି। ଡକାୟତ ମାନେ ଆଜି ନବରଙ୍ଗପୁର ସଦର ଥାନା ଅନ୍ତର୍ଗତ ସାନ ମସିଗାଁ ର ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ର ତାଲା ଭାଙ୍ଗି ଲୁଟ ଉଦ୍ୟମ କରି ବ୍ୟାଙ୍କର କବାଟ ତାଲା ଭାଙ୍ଗି ଭିତରକୁ ପ୍ରବେଶ କରି ଲକର ଭାଙ୍ଗିବାକୁ ଚେଷ୍ଟା କରିଥିଲେ ହେଁ ଏଥିରେ ସଫଳ ହେଇପାରି ନାହାନ୍ତି | ଏ ସବୁ ଦୃଶ୍ୟ କାଳେ ରେକର୍ଡ ହେଇଯିବା ଭୟ ରେ ବ୍ୟାଙ୍କ ର cctv ର ତାର ଗୁଡାକ ମଧ୍ୟ କାଟି ପକେଇଛନ୍ତି ଦୁର୍ବୁତ୍ତ ମାନେ। ଘଟଣା ସ୍ଥଳରେ ଟାଉନ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି, ସାଇଣ୍ଟିଫିକ ଟିମ ର ସହାୟତା ନିଆଯିବ ବୋଲି ସୂଚନା ମିଳିଛି, ଠିକ ଏହି ଭଳି ଗତ ସପ୍ତାହ ତଳେ ସଦର ଥାନା ଅନ୍ତର୍ଗତ ଡ଼ଙ୍ଗରଭେଜା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ରେ ମଧ୍ୟ ଦୁର୍ବୁତ୍ତ ମାନେ ତାଲା ଭାଙ୍ଗି ମ୍ୟାନେଜର ଙ୍କ ବାଇକ ଲୁଟି ନେଇଥିଲେ, ଏଇ ଦୁଇଟି ଘଟଣା ପରେ ଗ୍ରାମାଞ୍ଚଳ ର ବ୍ୟାଙ୍କ ଗୁଡିକ କେତେ ସୁରକ୍ଷିତ ତାହାକୁ ନେଇ ଏବେ ସାଧାରଣ ରେ ପ୍ରଶ୍ନ ଉଠିଛି।

ad-week
Leave A Reply

Your email address will not be published.