ନୟାପଲ୍ଲୀରେ ଜଣେ କର୍ମଜୀବୀ ଯୁବତୀଙ୍କ ଆତ୍ମହତ୍ୟା

add-all

ଭୁବନେଶ୍ବର: ନୟାପଲ୍ଲୀ ଥାନା ଅନ୍ତର୍ଗତ ବେହେରା ସାହି କୃଷ୍ଣ ବଳରାମ ବିହାରରେ ଥିବା ଛାତ୍ରୀ ନିବାସରେ ରଞ୍ଜିତ ସାହୁ ନାମ୍ନୀ ଜଣେ କର୍ମଜୀବୀ ଯୁବତୀ ନିଜ ଓଢଣୀ ଫ୍ୟାନରେ ଲଗାଇ ଆତ୍ମହତ୍ୟା କରିଛନ୍ତି।ପ୍ରାଥମିକ ସୂଚନାରୁ ତାଙ୍କର ଘର ଚୌଦ୍ଵାର ନିକଟ କୁମ୍ଭାରପୁର ଗ୍ରାମରେ ହୋଇଥିବା ବେଳେ ସେ ଝାରପଡ଼ା ନିକଟ ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ଥିଲେ। ପ୍ରେମ ଜନିତ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପ୍ରାଥମିକ ତଦନ୍ତରୁ ପୋଲିସ ସୂଚନା ଦେଇଛି।

ରଞ୍ଜିତା ସାହୁ ଆତ୍ମ ହତ୍ୟା ନେଇ ନୟାପଲ୍ଲୀ ଥାନା ଅଧିକାରୀ ପ୍ରତିକ୍ରିୟାରେ କହିଛନ୍ତି , ପ୍ରାରମ୍ଭିକ ତଦନ୍ତ ଚାଲିଛି ଓ ଯୁବତୀଙ୍କ ପରିଚୟ ମିଳିଛି। ତାଙ୍କ ନାମ ରଞ୍ଜିତା ସାହୁ । ସେ ଏକ ଘରୋଇ କମ୍ପାନୀରେ ଚାକିରୀ କରୁଥିଲେ। ପରିବାର ସହ ଯୋଗାଯୋଗ ଚାଲିଛି। ସାଇନଟିଫିକ ଟିମ୍ ଘଟଣାର ତଦନ୍ତ କରୁଛି।

ad-week
Leave A Reply

Your email address will not be published.