ଏବେ ‘ଶିବସେନା’ ବିବାଦ ଉପରେ ନିଷ୍ପତ୍ତି ଗ୍ରହଣ ନ କରିବାକୁ ନିର୍ବାଚନ କମିସନ୍‌କୁ କହିଲେ ସୁପ୍ରିମ୍‌ କୋର୍ଟ

add-all

ନୂଆଦିଲ୍ଲୀ: ପରବର୍ତ୍ତୀ ଶୁଣାଣି ନ ହେବା ପର୍ଯ୍ୟନ୍ତ ସିନ୍ଦେ ଅଥବା ଠାକ୍‌ରେଙ୍କ ମଧ୍ୟରୁ କିଏ ମୂଳ ‘ଶିବସେନା’ର ପ୍ରତିନିଧିତ୍ବ କରୁଛନ୍ତି ସେ ସଙ୍କ୍ରାନ୍ତରେ ନିଷ୍ପତ୍ତି ଗ୍ରହଣ ନ କରିବାକୁ ଆଜି ସୁପ୍ରିମ୍‌ କୋର୍ଟ ନିର୍ବାଚନ କମିସନ୍‌କୁ କହିଛନ୍ତି। ସୁପ୍ରିମ୍‌ କୋର୍ଟ ଆହୁରି ମଧ୍ୟ କହିଛନ୍ତି, ମହାରାଷ୍ଟ୍ର ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ଘଟଣାରେ ଉଠିଥିବା ସାମ୍ବିଧାନିକ ସମସ୍ୟାଜନିତ ମାମଲାକୁ ୫ଜଣିଆ ବିଚାରପତିବିଶିଷ୍ଟ ଖଣ୍ଡପୀଠକୁ ରେଫର୍‌ କରାଯିବ କି, ନାହିଁ, ତାହା ଗୁରୁବାର ଦିନ ସ୍ଥିର କରାଯିବ।
ପ୍ରଧାନ ବିଚାରପତି ଏନ୍‌. ଭି. ରମନାଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କହିଲେ ଯେ, ନିକଟ ଅତୀତରେ ମହାରାଷ୍ଟ୍ରରେ ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟ ସହ ସମ୍ପୃକ୍ତ ଥିବା ଅଭିଯୋଗ ପତ୍ରକୁ ସାମ୍ବିଧାନିକ ଖଣ୍ଡପୀଠକୁ ରେଫର୍‌ କରାଯିବା ନ ଯିବା ପ୍ରସଙ୍ଗରେ ସୋମବାର ଦିନ ନିଷ୍ପତ୍ତି ଗ୍ରହଣ କରାଯିବ। ୫ ବିଚାରପତିବିଶିଷ୍ଟ ଖଣ୍ଡପୀଠକୁ ଏହି ମାମଲା ରେଫର୍‌ କରାଯିବା ନ ଯିବା ଉପରେ ଆମେ ନିଷ୍ପତ୍ତି ନେବୁ ବୋଲି ପ୍ରଧାନ ବିଚାରପତିଙ୍କ ସମେତ ବିଚାରପତି କୃଷ୍ଣ ମୁରାରୀ ଏବଂ ହିମା କୋହଲଇ ଥିବା ଖଣ୍ଡପୀଠ କହିଛନ୍ତି।
ସୂଚନାଯୋଗ୍ୟ, ପ୍ରକୃତ ‘ଶିବସେନା’ ଭାବେ ସ୍ବୀକୃତି ପାଇବା ଲାଗି ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ସୁପ୍ରିମ୍‌ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ବେଳେ ଉଦ୍ଧବ ଠାକ୍‌ରେଙ୍କ ଗୋଷ୍ଠୀ କହୁଛନ୍ତି ଯେ, ଅଳ୍ପ କେତେଜଣ ବିଧାୟକ ସମଗ୍ର ଦଳ ବିଷୟରେ କିଛି ନିଷ୍ପତ୍ତି ଗ୍ରହଣ କରିପାରିବେ ନାହିଁ।
ଏହି ମର୍ମରେ ସୁପ୍ରିମ୍‌ କୋର୍ଟଙ୍କ ଖଣ୍ଡପୀଠ ନିର୍ବାଚନ କମିସନ୍‌କୁ କହିଛନ୍ତି, ସିନ୍ଦେ ଗୋଷ୍ଠୀଙ୍କ ପିଟିସନ୍‌ ସଂକ୍ରାନ୍ତରେ ସୁପ୍ରିମ୍‌ କ‌ୋର୍ଟଙ୍କ ନୋଟିସ୍‌ର ଜବାବ ଦାଖଲ ପାଇଁ ଠାକ୍‌ରେ ଗୋଷ୍ଠୀ ସମୟ ଲୋଡୁଥିବାରୁ ନିର୍ବାଚନ କମିସନ୍‌ ସର୍ବୋଚ୍ଚ ଅଦାଲତ ବ୍ୟକ୍ତ କରିଥିବା ମତ ପ୍ରତି ଧ୍ୟାନ ଦେଇ ଯାହାକିଛି କରିବା ଉଚିତ।

ad-week
Leave A Reply

Your email address will not be published.