ଓ ସୋସିଓ କଲଚରାଲ ତରଫରୁ ରାଜ୍ୟସ୍ତରୀୟ ପ୍ରତିଯୋଗିତା ‘କାରନିଭାଲ’ ଲାଗି ଅଗଷ୍ଟ ୭ରେ ଅଡ଼ିସନ

add-all

ବ୍ରହ୍ମପୁର : ଓ ସୋସିଓ କଲଚରାଲ ତରଫରୁ ରାଜ୍ୟସ୍ତରୀୟ ‘କାରନିଭାଲ’ ନାମରେ ସୁନ୍ଦରୀ ପ୍ରତିଯୋଗିତା ଆୟୋଜନ କରାଯିବ l ଏଥିରେ ସବୁ ଜୁନିଅର ଓ ସିନିୟର୍ ସ୍ତରୀୟ ପ୍ରତିଯୋଗିତାରେ ୧୨ ବର୍ଷ ରୁ ୧୮ ବର୍ଷ ପର୍ଯ୍ୟନ୍ତ ବାଳକ ବାଳିକା ୧୯ ଠାରୁ ୨୫ ବର୍ଷ ପର୍ଯ୍ୟନ୍ତ ଯୁବକ ଓ ଯୁବତୀ ଏବଂ ୨୧ ବର୍ଷ ରୁ ଉର୍ଦ୍ଧ ମହିଳା ମାନେ ଅଂଶ ଗ୍ରହଣ କରିବେ | ଏଥିପାଇଁ ଟାଉନ ହଲ ଠାରେ ଆଶାୟୀ ମାନେ ନାମ ପଞ୍ଜିକରଣ କରିବା ସହ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିବା ସହ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିପାରିବେ ବୋଲି ଗୁରୁବାର ଉତ୍କଳ ଆଶ୍ରମ ପରିସର ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନ ର ଉପସଭାପତି ଶ୍ରୀ ନିବାସ ପଣ୍ଡା ସୂଚନା ଦେଇଥିଲେ l ଏହି ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନ ର ସଭ୍ୟା ରଶ୍ମିତା ଦଲେଇ, ରlମେଶ୍ୱରି ନନ୍ଦ, ବନିତା ବେହେରା, ସୌଦାମିନୀ ସାହୁ, ପୁଷ୍ପଲତା ପାଣିଗ୍ରାହୀ, ଆୟୀସା ପାତ୍ର, ସତ୍ୟ ନାରାୟଣ ନାୟକ, ଚନ୍ଦନ ସାହୁ, ସଂଗ୍ରାମ କେଶରୀ ଜେନା ଯୋଗ ଦେଇଥିଲେ। ଏହି ପ୍ରତିଯଗିତାରେ କୃତି ପ୍ରତିଯୋଗୀ ମାନଙ୍କୁ ମେଗା ଅଡିଶନ ପାଇଁ ଭୁବନେଶ୍ବର ଠାରେ ଆୟୋଜିତ ହେବ ଓ ତାପରେ କୃତି ପ୍ରତିଯୋଗୀ ମାନଙ୍କୁ ରାଜ୍ୟସ୍ତରୀୟ ଗ୍ରାଣ୍ଡ ଫାଇନାଲ ରେ ପୁରସ୍କୃତ କରାଯିବ। ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ୩୦୦୦୦ ଟଙ୍କା ସହ ମୁକୁଟ ପ୍ରଦାନ କରାଯିବ।

ad-week
Leave A Reply

Your email address will not be published.