ବ୍ଲକ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କଲେ ବିଧାୟକ

add-all

ଦାରିଙ୍ଗବାଡ଼ି, (୪/୮) : ଦାରିଙ୍ଗବାଡ଼ି ଅଞ୍ଚଳର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କଲେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ । ଏଥି ସହିତ କୁମ୍ଭବଜାର ଠାରେ କଲ୍ୟାଣ ମଣ୍ଡପ ସ୍ଥାନ ନିରୂପଣ , ବସଷ୍ଟାଣ୍ଡ ନିକଟରେ ଉଠା ଦୋକାନୀ ଙ୍କୁ ଥଇଥାନ ସୁବିଧା, ଟିଡ଼ିସିସି ପଡ଼ିଆ ଠାରେ ଜବରଦଖଲ ଉଛେଦ କରି ସେହି ସ୍ଥାନରେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ, ମହଲ ନିର୍ମାଣ ପାଇଁ ସ୍ଥାନ ନିରୂପଣ ସହିତ ବିଭିନ୍ନ ଉନ୍ନୟନ କାର୍ଯ୍ୟ ର ତଦାରଖ କଲେ ବିଧାୟକ ଶ୍ରୀ ପ୍ରଧାନ। ଏଥିରେ ବିଧାୟକଙ୍କ ସହ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନଙ୍କ ସମେତ ବିଡ଼ିଓ ଗଦାଧର ପାତ୍ର, ତହସିଲଦାର ଚାର୍ଲେସ ନାୟକ, ଥାନା ଅଧିକାରୀ କୌଶିକ ମାଝୀ, ୧୦ ଜୋନ ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ପ୍ରଧାନ, ସମିତି ସଭ୍ୟ କାଳିପ୍ରସାଦ ମଲିକ , ସରପଞ୍ଚ ଚନ୍ଦ୍ରିକା ମଲିକ,ବିଧାୟକ ପ୍ରତିନିଧି ଦିପକ କୁମାର ସାହୁ, ସନ୍ତୋଷ ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.