ଖୋଲିଲା ମାର୍କେଟ ବିଲ୍ଡିଂ

add-all

ଭୁବନେଶ୍ୱର: ୪ ଦିନ ପରେ ୟୁନିଟ-୨ ମାର୍କେଟ ବିଲ୍ଡିଂ ଗୁରୁବାର ଖୋଲିଛି।ଦୁଇ ଗୋଷ୍ଠୀ ବ୍ୟବସାୟୀଙ୍କ ମଧ୍ୟରେ ବିବାଦ ଯୋଗୁ ଗତ ରବିବାର ସାରୁ ମାର୍କେଟ ବନ୍ଦ ରହିଥିଲା। ସୂଚନାନୁସାରେ, ମାର୍କେଟ ଭିତରୁ ଉଠାଦୋକାନୀଙ୍କୁ ସମ୍ପୂର୍ଣ୍ଣ ଉଠାଇଦେବାକୁ ସଂଘ ପକ୍ଷରୁ ଦାବି ହୋଇଥିଲା। ଏହାକୁ ନେଇ ଉଭୟ ପକ୍ଷରୁ ଥାନାରେ ଦୁଇଟି ଅଲଗା ଅଲଗା ମାମଲା ମଧ୍ୟ ରୁଜୁ ହୋଇଥିଲା ।

ଏହାସହ ଉଭୟ ବ୍ୟବସାୟୀଙ୍କ ସହ ପୋଲିସ ଓ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ଆଲୋଚନା ହୋଇଥିଲେ ମଧ୍ୟ ସମାଧାନ ହୋଇ ନଥିଲା। ତେବେ ବୁଧବାର ସେଣ୍ଟ୍ରାଲ ମାର୍କେଟ ଆସୋସିଏଶନ ସହିତ ଆଲୋଚନା ହେବା ସହ ମାର୍କେଟ ବିଲ୍ଡିଂରୁ ଉଠାଦୋକାନୀଙ୍କୁ ଉଚ୍ଛେଦ ନେଇ ବିଏମ୍‌ସି ପକ୍ଷରୁ ଲିଖିତ ପ୍ରତିଶ୍ରୁତି ମିଳିଥିଲା। ଏହା ପରେ ୟୁନିଟ-୨ ମାର୍କେଟ ବିଲ୍ଡିଂ ଗୁରୁବାରଠୁ ଖେଲିଛି।

ad-week
Leave A Reply

Your email address will not be published.