ସାତକୋଶିଆକୁ ରାମସାର ମାନ୍ୟତା

add-all

ଅନୁଗୁଳ: ଅନୁଗୁଳର ସାତକୋଶିଆକୁ ମିଳିଲା ରାମସାର କ୍ଷେତ୍ରର ମାନ୍ୟତା । ସାତକୋଶିଆ ସମେତ ଦେଶର ଆଉ ୧୦ଟି ଆର୍ଦ୍ର ଭୂମିକୁ ରାମସାର କ୍ଷେତ୍ର ମାନ୍ୟତା ମିଳିଛି । ଏହାକୁ ମିଶାଇ ଦେଶରେ ମୋଟ୍‌ ରାମସାର କ୍ଷେତ୍ର ସଂଖ୍ୟା ୬୪ରେ ପହଞ୍ଚିଛି । ଦେଶରେ ମୋଟ୍‌ ୧୨ ଲକ୍ଷ ୫୦ ହଜାର ୩୬୧ ହେକ୍ଟର ଆର୍ଦ୍ରଭୂମି କ୍ଷେତ୍ରକୁ ଏହି ମାନ୍ୟତା ମିଳିଛି ।

ଚଳିତ ଥର ତାମିଲନାଡ଼ୁର ୬ଟି ଆର୍ଦ୍ରଭୂମିକୁ ରାମସାର ମାନ୍ୟତା ମିଳିଥିବା ବେଳେ ଓଡ଼ିଶା, ଗୋଆ, କର୍ଣ୍ଣାଟକ, ମଧ୍ୟପ୍ରଦେଶର ଗୋଟିଏ ଲେଖାଏଁ କ୍ଷେତ୍ରକୁ ଏହି ମାନ୍ୟତା ପ୍ରଦାନ କରାଯାଇଛି।ଆର୍ଦ୍ରଭୂମି ଗୁରୁତ୍ୱକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ସ୍ତରରେ ୟୁନିସ୍କୋ ରାମସାର କ୍ଷେତ୍ରର ମନ୍ୟାତା ଘୋଷଣା କରିଥାଏ ଏବଂ ଏହାର ଉଦ୍ଦେଶ୍ୟ ହେଉଛି ବିଶ୍ୱର ଆର୍ଦ୍ରଭୂମିକୁ ସୁରକ୍ଷିତ ରଖିବା । ଏହା ପୂର୍ବରୁ ଚିଲିକା ଓ ଭିତରକନିକା ଅଞ୍ଚଳକୁ ଏହି ମାନ୍ୟତା ମିଳିସାରିଛି । ୧୯୭୧ ମସିହାରେ ଇରାନରେ ରାମସାର କନଭେନ୍ସନ ସ୍ୱାକ୍ଷରିତ ହୋଇଥିଲା । ଏଥିରେ ଭାରତ ୧୯୮୨ ମସିହା ଫେବୃଆରୀ ପହିଲାରେ ଚୁକ୍ତିବଦ୍ଧ ପକ୍ଷ ସ୍ୱାକ୍ଷର କରିଥିଲା।

ad-week
Leave A Reply

Your email address will not be published.