
ଫୁଲବାଣୀ : ରାଧାମୋହନ କନ୍ଧମାଳ ଜିଲ୍ଲାର ଜଣାଶୁଣା ବ୍ୟକ୍ତି | ଜଣେ ଏକା ଧାରରେ ଯୁବ ସମାଜସେବୀ,କନ୍ଧମାଳ ପିପୁଲସ ଫୋରମର ସଭାପତି,ସରକାରୀ ସାମ୍ବାଦିକ,ସାହିତ୍ୟିକ ଓ ସମ୍ପାଦକ ଭାବେ ପରିଚୟ ସୃଷ୍ଟି କରିପାରିଛନ୍ତି ଖୁବ କମ ସମୟରେ । ଦୁଃଖୀ ଦରିଦ୍ର,ଅସହାୟକୁ ସହାୟତା କରିବା ପାଇଁ ସତେ ଯେମିତି ବ୍ରତ ରୂପେ ବାଛି ନେଇଛନ୍ତି ସେ ।କନ୍ଧମାଳରେ ମେଡ଼ିକାଲ କଲେଜ,ରେଳ ଯୋଗା ଯୋଗ ମୋବାଇଲ ଟାୱାର ସ୍ଥାପନ ଅପହଞ୍ଚ ଇଲାକାକୁ ବ୍ରିଜ଼ ନିର୍ମାଣ ପାଇଁ ଦାବୀ କରି ଆସୁଛନ୍ତି।ଏଥିପାଇଁ ସେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ଠାରୁ ଆରମ୍ଭ କରି ରାଲିରେ ଅଂଶ ଗ୍ରହଣ କରି ଜିଲ୍ଲା ସମେତ ରାଜ୍ୟରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛନ୍ତି।କରୋନା ସମୟରେ ଅପହଞ୍ଚ ଇଲାକାରେ କରୋନା ସଚେତନତା ଠାରୁ ଆରମ୍ଭ କରି ମାଗଣାରେ ମାକ୍ସ ସାନିଟାଇଜର ଓ ଶୁଖିଲା ଖାଦ୍ୟ ସାମଗ୍ରୀର ବଣ୍ଟନ କରି ବେଶ ପ୍ରଶଂସିତ ହୋଇଛନ୍ତି।ଏହି କିଛି ମାସ ତଳେ ସେହି କନ୍ଧମାଳ ବାସୀଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ଲଢେଇର ଆହ୍ୱାନ ଦେଇଥିଲେ କନ୍ଧମାଳ ପିପୁଲସ ଫୋରମର ସଭାପତି ରାଧା ମୋହନ ମହାପାତ୍ର ମୋବାଇଲ ଟାୱାର ପ୍ରତିଷ୍ଠା ଯଦି ଆଗାମୀ ଦିନରେ ଏହି ଦାବୀ ପୁରଣ ନହୁଏ ତେବେ ଆନ୍ଦୋଳନକୁ ତିବ୍ରତର କରାଯିବ ବୋଲି କହିଥିଲେ। କନ୍ଧମାଳ ଜିଲ୍ଲାରେ ଆଜକୁ ୫୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ବସ ବାସ କରି ଆସୁଥିଲେ ମଧ୍ୟ ସ୍ଥାୟୀ ଜମି ପଟ୍ଟା ପାଇବା ନିମନ୍ତେ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଆଲୋଚନା କରିଥିଲେ।ଆଲୋଚନା ପରେ ଖୁବ ଶୀଘ୍ର ଏହା ପୂରଣ କରାଯିବା ନିମନ୍ତେ ଯୋଜନା ପ୍ରସ୍ତୁତି ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।ବୋଲି ରାଧାମୋହନ ଗଣମାଧ୍ୟମ କୁ ସୂଚନା ଦେଇଥିଲେ।ଏ ନେଇ ବିଭିନ୍ନ ମହଲରୁ ପ୍ରଶଂସା ଓ ଶୁଭେଚ୍ଛା ବାର୍ତ୍ତା ତାଙ୍କ ନିକଟରେ ପହଞ୍ଚି ଥିଲା।ଆଗାମୀ ଦିନରେ ରାଜନୀତିରେ ଅଂଶ ଗ୍ରହଣ କରିବା ନେଇ ଯୋଜନା ରହିଛି କି? ପଚାରିବାରୁ ଶ୍ରୀ ରାଧାମୋହନ ରୋକ ଠକ ମନା କରିଦେଇଥିଲେ।ସେ କହିଥିଲେ ଜନସେବା ମୋର ଏକମାତ୍ର ଲକ୍ଷ ତା ବ୍ୟତୀତ ଅନ୍ୟ କିଛି ନାହିଁ।