ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷଙ୍କୁ ଦାବି ଜଣାଇଲେ କଣମଣା ପଞ୍ଚାୟତବାସୀ

add-all

ଛତ୍ରପୁର : ଦୀର୍ଘ ତିନିବର୍ଷ ଧରି ଗୋପାଳପୁର୍ ବନ୍ଦର କର୍ତ୍ତୃପକ୍ଷଙ୍କୁ କଣମଣା ପଞ୍ଚାୟତ ବାସି କାମ ଯୋଗାଇ ଦେବା ପାଇଁ ଦାବି କରିଆସୁଥିଲା ହେଁ ପୋର୍ଟ କର୍ତୃପକ୍ଷ କୌଣସି ପଦକ୍ଷେପ ନେଉନାହାନ୍ତି ବୋଲି ଆଜି ପଞ୍ଚାୟତ ବାସି ଆଭିଯୋଗ ନେଇ ଗୋପାଳପୁର ପୋର୍ଟ କର୍ତୃପକ୍ଷଙ୍କ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । କଣମଣା ପଞ୍ଚାୟତ ବାସିଙ୍କ ଅଭିଯୋଗ ଯେ ପଞ୍ଚାୟତର ଅନେକ ଶିକ୍ଷିତ ଯୁବକ ଯୁବତୀ ମହିଳା ମାନେ ବେରୋଜଗାର ଥିବା ବେଳେ ପୋର୍ଟ ସ୍ଥାନୀୟ ପଞ୍ଚାୟତ ଲୋକଙ୍କୁ କାମ ନଦେଇ ବାହାର ଜିଲ୍ଲାର ଲୋକ ମାନଙ୍କୁ କାମ ଦେଉଅଛି । ପୋର୍ଟ କର୍ତୃପକ୍ଷ ଯଦି ଆଗାମୀ ପନ୍ଦର ଦିନ ମଧ୍ଯରେ କୌଣସି ପଦକ୍ଷେପ ନ ନିଅନ୍ତି , ତାହା ହେଲେ ପରବର୍ତ୍ତି ସମୟରେ ଗେଟ ସମ୍ମୁଖରେ ଧାରଣା ଦେଇ ବିକ୍ଷୋଭ ପ୍ରଦର୍ଶନ କରିବୁ ବୋଲି ଲିଖିତ ଆକାରରେ ଜଣାଇଛନ୍ତି ।
ଆଜି ଗ୍ରାମର ଶତାଧିକ ମହିଳା ସମାଜସେବୀ ଭାଗୀରଥୀ ବେହେରା ଙ୍କ ନେତୃତ୍ବରେ ପୋର୍ଟ କର୍ତୃପକ୍ଷଙ୍କୁ ଦାବିପତ୍ର ଦେଇଛନ୍ତି । ଅନ୍ଯ ମାନଙ୍କ ମଧ୍ଯରେ ମହିଳା ନେତ୍ରୀ ନୀଳାଦ୍ରୀ ପ୍ରଦାନ, ମିନତୀ ବେହେରା , ଷୋନ୍ତଷି ବେହେରା, ଉର୍ମିଳା ବେହେରା, ଲିଲି ବେହେରା ,ଏସ୍. ଚନ୍ଦ୍ରମା ରେଡି, ପି. ନିଲ୍ଲମ୍ମା ,କାଜଲ ସେଠି, ବିନତି ବେହେରା, କାଜଲ ସେଠି, ଅନସାୟା ପ୍ରଧାନ, ମାମିନି ପ୍ରଧାନ, ପି .ଜାନକୀ, କୁନି ସେଠି ଓ ଜି. ଗୌରେମ୍ମା ପ୍ରମୁଖ ଉପସ୍ଥିତ ରହିଥିଲେ ।

ad-week
Leave A Reply

Your email address will not be published.