ଆମ୍ବୁଲାନ୍ସ ଓ ଟାଟା ଏସି ମୁହାଁମୁହିଁ ଧକ୍କା, ଦୁଇ ଚାଳକ ଓ ରୋଗୀ ଆହତ

add-all

କାମାକ୍ଷାନଗର:ଢେଙ୍କାନାଳ-କାମାକ୍ଷାନଗର ମୁଖ୍ୟ ରାସ୍ତାର ମହୁଲି ଛକ ନିକଟରେ ଆମ୍ବୁଲାନ୍ସ ଓ ଟାଟା ଏସି ମୁହାଁମୁହିଁ ଧକ୍କା ହେବାଫଳରେ ୩ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆହତମାନେ ହେଲେ ଆମ୍ବୁଲାନ୍ସ ଡ୍ରାଇଭର ମଙ୍ଗରାଜ ପ୍ରଧାନ, ଟାଟା ଡ୍ରାଇଭର ଏମଡି ମୁକ୍ତା ଓ ଅନ୍ୟ ଜଣେ ରୋଗୀ ବୋଲି ଜଣାଯାଇଛି। ରୋଗୀଙ୍କ ଜଣଙ୍କର ପରିଚୟ ମିଳିନାହିଁ।

ସୂଚନା ଅନୁଯାୟୀ, ଆଜି ସକାଳେ ଆମ୍ବୁଲାନ୍ସଟି କାମାକ୍ଷାନଗରରୁ ରୋଗୀକୁ ଧରି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଉଥିଲା। ମହୁଲି ଛକ ନିକଟରେ ଢେଙ୍କାନାଳରୁ କାମାକ୍ଷାନଗର ଆସୁଥିବା ଏକ ଟାଟା ଏସି ଗାଡ଼ି ସହ ଆମ୍ବୁଲାନ୍ସର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଦୁଇ ଗାଡ଼ି ଚାଳକ ସହ ଆମ୍ବୁଲାନ୍ସରେ ଥିବା ରୋଗୀ ମଧ୍ୟ ଆହତ ହୋଇଥିଲେ। ହେଲେ ଆମ୍ବୁଲାନ୍ସରେ ଥିବା ରୋଗୀଙ୍କ ସମ୍ପର୍କୀୟଙ୍କର କିଛି ହୋଇ ନଥିଲା। ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ଅନ୍ୟ ଏକ ଆମ୍ବୁଲାନ୍ସ ଗାଡିରେ ଢେଙ୍କାନାଳ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

ad-week
Leave A Reply

Your email address will not be published.