କ୍ୟାନ୍‌ସର ସନ୍ଦେହ କରି ଘରୁ ବାହାର କରିବାରୁ, ନବବଧୂ କଲେ ଆତ୍ମହତ୍ୟା

add-all

ଭୁବନେଶ୍ୱର : ବାହାଘରର ମାତ୍ର ୧୨ ଦିନ ଭିତରେ କ୍ୟାନସର ହୋଇଛି କହି ବୋହୂକୁ ତା’ ବାପ ଘରକୁ ପଠାଇ ଦେଲେ ଶାଶୁ ଘର ଲୋକେ। କିନ୍ତୁ ପରେ ଜଣାପଡ଼ିଲା ତାଙ୍କୁ କ୍ୟାନସର ହୋଇ ନଥିଲା। କେବଳ ତାଙ୍କ ଦାନ୍ତରେ ସମସ୍ୟା ଥିଲା, ଯାହା ଏକ ସାମାନ୍ୟ ସର୍ଜରୀ ପରେ ଭଲ ହୋଇଯାଇଥିଲା। ଏହା ଜାଣିବା ସତ୍ତ୍ୱେ ଶାଶୁ ଘର ଲୋକେ ଆଉ ଧରାଛୁଆଁ ଦେଇ ନଥିଲେ।

ଓଲଟି ମଧ୍ୟସ୍ଥିକୁ ଡାକି ବୋହୂକୁ ସେମାନେ ଆଉ ଘରକୁ ଆଣିବେ ନାହିଁ ବୋଲି ସଫା ସଫା କହି ଦେଇଥିଲେ। ଏ କଥା ନବବଧୂ ଜାଣିବା ପରେ ଭାଇର ଭଡ଼ା ଘରେ ବେକରେ ରଶି ଲଗାଇ ହାରିଦେଲେ ଜୀବନ। ଏମିତି ଏକ ଦୁଃଖଦ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ।

ମୃତ ମହିଳାଙ୍କ ନାଁ ପ୍ରଜ୍ଞା ପାରମିତା ସ୍ୱାଇଁ। ତାଙ୍କ ଘର କଟକ ଜିଲ୍ଲା ନିଆଳି ଥାନା ଲୁଣିଗାଁରେ। ତାଙ୍କ ବଡ଼ ଭାଇ ପ୍ରିୟବତ ସ୍ୱାଇଁ ଭୁବନେଶ୍ୱର ମଞ୍ଚେଶ୍ୱର ଥାନାରେ ଦେଇଥିବା ଏତଲାରେ ଦର୍ଶାଇଛନ୍ତି, ଗତ ଜୁନ୍ ୮ ତାରିଖରେ ପ୍ରଜ୍ଞାଙ୍କର ବାହାଘର ହୋଇଥିଲା। ଭୁବନେଶ୍ୱରର ପଟିଆରେ ରହୁଥିବା ପ୍ରଶାନ୍ତ କୁମାର ପାତ୍ରଙ୍କ ସହିତ ତାଙ୍କର ବିବାହ ହୋଇଥିଲା। ବିବାହ ବେଳେ ଦାବି ମୁତାବକ ଯୌତୁକ ଦିଆଯାଇଥିଲା।

କିନ୍ତୁ ବିବାହର ମାତ୍ର ୧୨ ଦିନ ଭିତରେ ପ୍ରଜ୍ଞାଙ୍କୁ କ୍ୟାନସର ହୋଇଛି ବୋଲି କହି ତାଙ୍କ ଶାଶୁ ଓ ନଣଦ ନିର୍ଯାତନା ଦେଇଥିଲେ। ଏହା ସହିତ ତାଙ୍କ ଶାଶୁ ଆମକୁ ଫୋନ୍ କରି ତୁମ ଝିଅକୁ ତୁମେ ନେଇ ଯାଅ ବୋଲି କହିଥିଲେ। ଆମ ଭଉଣୀଙ୍କୁ ସେମାନେ ରୋଗୀଣା ବୋଲି କହିଥିଲେ। ଆମେ ଅନ୍ୟ କୌଣସି ଉପାୟ ନପାଇ ଜୁନ୍ ୨୦ ତାରିଖ ଦିନ ପ୍ରଜ୍ଞାଙ୍କୁ ଶାଶୁ ଘରୁ ରସୁଲଗଡ଼ ସ୍ଥିତ ଆମ ଭଡ଼ାଘରକୁ ନେଇ ଆସିଥିଲୁ।

ad-week
Leave A Reply

Your email address will not be published.