ଟ୍ରକ୍ ଦୁର୍ଘଟଣାରେ ଚାଲାଣ ହେଉଥିବା ୧୫ ଗୋରୁ ମୃତ

add-all

ଯାଜପୁର: ଟ୍ରକ୍‌ରେ ଚାଲାଣ ହେଉଥିଲା ୧୫ ଗୋରୁ। ଏହି ଟ୍ରକ୍ ଦୁର୍ଘଟଣା ଘଟିବାରୁ ଚାଲିଯାଇଛି ସମସ୍ତ ଗୋରୁଙ୍କ ଜୀବନ। ଯାଜପୁର ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବ୍ରଜନଗର ନିକଟରେ ଭାରସାମ୍ୟ ହରାଇ ସଂପ୍ରସାରଣ ରାସ୍ତା ତଳକୁ ଖସିଛି ଏହି ଟ୍ରକ୍। ଦୁର୍ଘଟଣା ଘଟାଇବା ପରେ ଟ୍ରକ୍ ଚାଳକ ଫେରାର ହୋଇଯାଇଛି।

ସୂଚନା ମୁତାବକ, ଆଜି ଭୋରୁ ଏହି ଗୋରୁ ବୋଝେଇ ଟ୍ରକ ଭଦ୍ରକରୁ ପାଣିକୋଇଲି ଅଭିମୁଖେ ଯାଉଥିଲା। ବ୍ରଜନଗର ଅଣ୍ଡରପାସ ରାସ୍ତା ନିକଟରେ ଭାରସାମ୍ୟ ହରାଇ ଏହି ଟ୍ରକ୍ ଓଲଟିପଡ଼ିଥିଲା। ଟ୍ରକରେ ଥିବା ଗୋରୁମାନଙ୍କ ମୃତ୍ୟୁକୁ ଦେଖି ସ୍ଥାନୀୟ ଗୋସୁରକ୍ଷା କର୍ମୀ ଓ ଗ୍ରାମବାସୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ତୁରନ୍ତ ଗୋ-ଚାଲାଣକାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ।

ଖବର ପାଇ ପାଣିକୋଇଲି ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।

ad-week
Leave A Reply

Your email address will not be published.