ବିପୁଳ ପରିମାଣର ନକଲି ପାନମସଲା ପୁଡିଆ ଜବତ, ଜଣେ ଗିରଫ

add-all

ବ୍ରହ୍ମପୁର : ବ୍ରହ୍ମପୁର ବଡ ବଜାର ପୋଲିସ ପକ୍ଷରୁ ବିପୁଳ ପରିମାଣର ନକଲି ପୁଡିଆ, ପ୍ୟାକିଙ୍ଗ ମସିନ ସମେତ ବହୁ କଞ୍ଚାମାଲ ଜବତ କରିବା ସହ ଜଣଙ୍କୁ ଗିରଫ କରାଯାଇଛି। ସୂଚନା ମୁତାବକ ବ୍ରହ୍ମପୁର ପୋଲିସ ବିଶେଷ ସୂତ୍ରରୁ ଖବରପାଇ ବଡବଜାର ଗଣେଶ ମାର୍କେଟ ସ୍ଥିତ ବିନାୟକ ଭବନରେ ଚଢାଉ କରିଥିଲେ। ଏହି ସମୟରେ ସେଠାରୁ ପୋଲିସ ବହୁ ପରିମାଣରେ ନକଲି ଡିଲକ୍ସ ମିକ୍ସ ପୁଡିଆ ପ୍ୟାକେଟ ଗଛିତ ଥିବା ଦେଖିବାକୁ ପାଇଥିଲେ। ଏହାପରେ ପୋଲିସ ପକ୍ଷରୁ ଡିଲକ୍ସ ମିକ୍ସ ପୁଡିଆ 780 କିଲୋଗ୍ରାମ, ଜର୍ଦ୍ଦା 1050 କିଲୋଗ୍ରାମ ସମେତ ବହୁ ପରିମାଣର କଞ୍ଚାମାଲ ଜବତ କରିବା ସହ ସେହି ସ୍ଥାନରୁ ଟୁକୁନା ସାହୁ ନାମକ ବ୍ଯକ୍ତିଙ୍କୁ ଗିରଫ କରିଥିଲା।

ଗିରଫ ଯୁବକଙ୍କୁ ପଚରା ଉଚରା କରିବା ପରେ ଏହି ନକଲି ପୁଡିଆ ରାକେଟ ନାରାୟଣ ସାହୁ ନାମକ ବ୍ୟକ୍ତି ଚଲାଉଥିବା ବେଳେ ବ୍ରହ୍ମପୁର ଗୁରୁମୂର୍ତ୍ତୀ ପେଣ୍ଠ ଏବଂ ସହର ଉପକଣ୍ଠ ସୁକୁଣ୍ଡା ଠାରେ ଏହାକୁ ତିଆରି କରାଯାଉଥିବା ପୋଲିସକୁ କହିଥିଲେ। ଏହାପରେ ପୋଲିସ ସେହି ସ୍ଥାନ ମାନଙ୍କରେ ଚଢାଉ କରି ନକଲି ପୁଡିଆ ତିଆରିରେ ବ୍ୟବହୃତ ହେଉଥିବା ପ୍ଯାକିଙ୍ଗ ମସିନ, ଫ୍ରାୟିଙ୍ଗ ମସିନ, ଓଜନ ମସିନ ସମେତ ବହୁ ପରିମାଣର ପ୍ରିଣ୍ଟେଡ ଜରି ଓ କଞ୍ଚାମାଲ ଜବତ କରିଥିଲେ। ବର୍ତ୍ତମାନ ଏହି ଘଟଣାରେ ଜଣେ ଗିରଫ ହୋଇଥିବା ବେଳେ ଏଥିରେ ମୁଖ୍ଯ ଅଭିଯୁକ୍ତଙ୍କ ସମେତ ଅନ୍ଯ କେଉଁମାନେ ସାମିଲ ଅଛନ୍ତି ସେ ନେଇ ଅଧିକ ତଦନ୍ତ କରିବା ସହ ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ ସର୍ବଣା ବିବେକ ଏମ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.