ପୁଲିସ-ନକ୍ସଲ ଗୁଳିବିନିମୟ: ଖସିଗଲେ ନକ୍ସଲ, ମାଓ ସାମଗ୍ରୀ ଜବତ

add-all

ମାଲକାନଗିରି: ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ପୁଣି ପୁଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ ଘଟିଛି। ବିଶେଷ ସୂତ୍ରରୁ ଖବର ପାଇ ବିଜାପୁର ପୁଲିସ ମୋଗକାପାଲା ଥାନା ଅଂଚଳର ବୋଗଲା ଓ ପାଙ୍ଗୁଡ ଜଂଗଲରେ ମାଓବାଦୀ କ୍ୟାମ୍ପ କରି ରହିଥିବା ନକ୍ସଲ ଉପରେ ପୁଲିସ ଚଢାଉ କରିଥିଲା। ଦୁଇପଟରୁ ଦୀର୍ଘ ସମୟ ଧରି ଗୁଳିବିନିମୟ ଘଟିଥିଲା।

ତେବେ ଜଂଗଲର ଆଢୁଆଳରେ ନକ୍ସଲ ଖସି ପଳାଇବାରେ ସକ୍ଷମ ହୋଇଥିଲେ। କିନ୍ତୁ ପୁଲିସ ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛି। ସର୍ଚ୍ଚ ଅପରେସନ ଏବେ ମଧ୍ୟ ଜାରି ରହିଛି। ବହୁ ନକ୍ସଲ ଆହତ ହୋଇଥିବା ଏସପି ଅଞ୍ଜନେୟ ବାଷ୍ଣୋୟ ପ୍ରକାସ କରିଛନ୍ତି। ଲଗାତାର ଛତିଶଗଡରେ ପୁଲିସ ନକ୍ସଲ ଦମନରେ ସଫଳତା ହାସଲ କରୁଛି। କିନ୍ତୁ ସହିଦ ସପ୍ତାହରେ ନକ୍ସଲ ପୁଲିସକୁ ଚ୍ୟାଲେଞ୍ଜ କରି ସୁକମା ଏବଂ ଦନ୍ତେୱାଡା ଜିଲ୍ଲାର ସୀମାନ୍ତ ଜଂଗଲରେ ଏକ ବିଶାଳ ରାଲି ଓ ସଭା ଆୟୋଜନ କରିବା ଛତିଶଗଡର ଗୁଇନ୍ଦା କିପରି ଜାଣିପାରିଲା ନାହିଁ ତାହାକୁ ନେଇ ସଂଦେହ ସୃଷ୍ଟି ହୋଇଛି। ଛତିଶଗଡ ପୁଲିସକୁ ମଧ୍ୟ ଚ୍ୟାଲେଞ୍ଜ କରି ନକ୍ସଲର କେନ୍ଦ୍ରୀୟ କମିଟି ଏବଂ ଷ୍ଟେଟ କମିଟିର ବଡ ବଡ ନେତା ସହ ଶତାଧିକ ନକ୍ସଲ ଉପସ୍ଥିତ ଥିଲେ। ଏଥିରୁ ଜଣାପଡିଛି ଯେ ଛତିଶଗଡର ନକ୍ସଲଙ୍କର ଦବଦବା ଏବେ ବି ରହିଛି।

ad-week
Leave A Reply

Your email address will not be published.