ବ୍ରହ୍ମପୁରରେ ଗିରି ଭାଇ ଜୁଏଲର୍ସର ନୂତନ ସୋ ରୁମ

add-all

ବ୍ରହ୍ମପୁର : ବ୍ରହ୍ମପୁର ସ୍ଥାନୀୟ ବଡବଜାର କମଳାବାରୀ ସାହିଠାରେ ଗିରି ଭାଇ ଜୁଏଲର୍ସର ନୂତନ ସୋ ରୁମ ଉଦଘାଟିତ ହୋଇଯାଇଛି। ଏଥିରେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ମେୟର ସଂଘମିତ୍ରା ଦଳେଇ ଏବଂ ସ୍ଥାନୀୟ କର୍ପୋରେଟର ଜେ ଶ୍ରୀନିବାସ ପ୍ରମୁଖ ଅତିଥି ରୂପେ ଯୋଗ ଦେଇ ରିବନ କାଟି ଏହାର ଶୁଭ ଉଦଘାଟନ କରିଛନ୍ତି । ବର୍ତ୍ତମାନର ସମୟରେ ଲୋକଙ୍କ ଚାହିଦା ଏବଂ ସହରକୁ ଉନ୍ନତି ପଥରେ ଆଗକୁ ନେବା ପାଇଁ ବାଣିଜ୍ୟ ମୁଖ୍ୟ ମାଧ୍ୟମ, ସେହିପରି ୟେତେ ବାଣିଜ୍ୟିକ ସଂସ୍ଥା ସହରକୁ ଆସିବ ସେତେ ମାତ୍ରାରେ ସହର ଉନ୍ନତି ତଥା ଲୋକଙ୍କ ଚାହିଦା ପୂରଣରେ ସହୟକ ହେବ ବୋଲି ଅତିଥି ମାନେ କହିଛନ୍ତି। ଏଠାରେ ସମସ୍ତ ବର୍ଗର ଲୋକ ସବୁ ପ୍ରକାରର ସୁନା ଏବଂ ରୂପା ଗହଣା ପାଇ ପାରିବେ। ଏହା ସହ ଏଗାର ମାସର ଇନଷ୍ଟାଲମେଣ୍ଟ ଦେଇ ବିନା ମେକିଙ୍ଗ ଚାର୍ଜରେ ଲୋକେ ଗହଣା କିଣି ନେଇ ପାରିବେ ଏବଂ ଆଗାମୀ ଦିନରେ ଏହା ସହିତ ଡାଇମଣ୍ଡର ଅଳଙ୍କାର ମଧ୍ୟ ଗ୍ରାହକ ପାଇ ପାରିବେ ବୋଲି ଦୋକାନ ମାଲିକ କେ ଗିରିଜେଶ୍ୱର ରାଓ କହିଛନ୍ତି। ଏହି ଦୋକାନର ଶୁଭ ଉଦଘାଟନ ସମୟରେ ଅତିଥିଙ୍କ ସମେତ କେ ଏମ ଏକାମ୍ବର ରାଓ, ମହେନ୍ଦ୍ର ଜେନା, ଚନ୍ଦ୍ର ଶେଖର ଭୂୟାଁ, ବଦ୍ରି ନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.