ବର୍ଷା ଯୋଗୁଁ ପାପଡାହାଣ୍ଡି ବ୍ଲକର ଜନଜୀବନ ଅସ୍ତବ୍ୟସ୍ତ

add-all

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ସ୍ଥିତ ତୁରୀ ନଦୀ ଉପରେ ୨ ଫୁଟ ରୁ ଉର୍ଦ୍ଧ ବର୍ଷାଜଳ ପ୍ରବାହିତ । ପାପଡାହାଣ୍ଡି ର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ପାପଡାହାଣ୍ଡି ଉମରକୋଟ କୁ ଯାତାୟତ ବନ୍ଦ ହୋଇଯାଇଛି। ବନ୍ୟାର ସ୍ଥିତି ଉପରେ ଜିଲ୍ଲା ପ୍ରଶାସନ ତୀକ୍ଷ୍ଣ ନଜର ରଖିବା ସହିତ ନବରଙ୍ଗପୁର ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ଆଜି ଅପରାହ୍ନରେ ବନ୍ୟାଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ବନ୍ୟା ଜଳ ପ୍ରବାହିତ ଟୁରୀ ନଦୀର ଦୁଇ ପାର୍ଶ୍ଵର ରାସ୍ତା କୁ ସ୍ତାନୀୟ ପୋଲିସ ଏବଂ ପ୍ରଶାସନ ଦ୍ଵାରା ବାଡ ଦେଇ ଜନସାଧାରଣ ଓ ଯାନବାହାନ ନ ଯିବା ପାଇଁ ରାସ୍ତା ଅବରୋଧ କରାଯାଇଥିଲା। ନଦୀର ଦୁଇ ପାର୍ଶ୍ଵରେ ତୁରନ୍ତ ଆଲୋକର ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳ ଡଃ ମିଶ୍ର ସମ୍ପୃକ୍ତ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପାପଡାହାଣ୍ଡି ର ତଲୁଆ ଅଞ୍ଚଳରେ ଜେସିବି ଦ୍ଵାରା ନାଳ ସଫା କରି ବର୍ଷା ଜଳ ନିଷ୍କାସନ କରାଯାଇଥିଲା। ଅଧିକ ବୃଷ୍ଟିପାତ ହେବାର ସମ୍ଭାବନା କୁ ଦୃଷ୍ଟିରେ ରଖି ସ୍ତାନୀୟ ପୋଲିସ, ବ୍ଲକ, ତହସିଲ, ଅଗ୍ନିଶମ ବିଭାଗ, ରାସ୍ତା ଓ ଗୃହ ନିର୍ମାଣ ବିଭାଗ , ଟାଟା ପାୱାର ର ଅଧିକାରୀ ଏବଂ କର୍ମଚାରୀ ମାନଙ୍କୁ ସଜାଗ ରହିବାକୁ ଜିଲ୍ଲାପାଳ ଡଃ ମିଶ୍ର ପରାମର୍ଶ ଦେଇଛନ୍ତି।

ad-week
Leave A Reply

Your email address will not be published.