ଶାହାଙ୍କୁ ସ୍ବାଗତ ଜଣାଇବାକୁ ଗଲେନି ରାଜ୍ୟର କୌଣସି ମନ୍ତ୍ରୀ: ଅପରାଜିତା ଷଡ଼ଙ୍ଗୀ

add-all

ଭୁବନେଶ୍ୱର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ରାଜ୍ୟର କୌଣସି ମନ୍ତ୍ରୀ ସ୍ବାଗତ କରିବାକୁ ଯାଇ ନାହାନ୍ତି। ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଏଭଳି ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, ଯେତେବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଭୁବନେଶ୍ୱର ପହଞ୍ଚିଲେ ସେତେବେଳେ ତାଙ୍କୁ ସ୍ବାଗତ କରିବା ପାଇଁ ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ, ଡିଜିପି ଏବଂ ଗୃହ ସଚିବ ଯାଇ ନଥିଲେ।

ଯାହା ପ୍ରୋଟୋକଲ୍‌ ଓ ରୁଲ୍‌ ବୁକ୍‌କୁ ଉଲଙ୍ଘନ କରାଯାଇଛି ବୋଲି ଅପରାଜିତା ଷଡ଼ଙ୍ଗୀ କହିଛନ୍ତି। କେବଳ ଗୃହ ବିଭାଗର ସ୍ବତନ୍ତ୍ର ସଚିବ ଶାହାଙ୍କୁ ସ୍ବାଗତ ଜଣାଇଥିବା ନେଇ ସେ କହିଛନ୍ତି।
ସୂଚନାଯୋଗ୍ୟ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରବିବାର ରାତିରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ। ତାଙ୍କୁ ସ୍ବାଗତ କରିବାକୁ ଏମ୍‌ପି ଅପରାଜିତା ଷଡ଼ଙ୍ଗୀ, ଭାଜପା ରାଷ୍ଟ୍ର ଉପାଧ୍ୟକ୍ଷ ବୈଜନ୍ତ ପଣ୍ଡା, ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ଭାଜପାର ଅନ୍ୟ ବରିଷ୍ଠ ନେତା ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.