ବର୍ଷା ପାଣି ଘେର ମଧ୍ୟରେ ରହିଗଲେ ୧୨ ଜଣ ଶ୍ରମିକ

add-all

ନବରଙ୍ଗପୁର : ଆଜି ନବରଙ୍ଗପୁର ଜିଲ୍ଲା କୋଷଗୁମୁଡ଼ା ବ୍ଲକ ର ଚିର୍ମା ଗ୍ରାମ ଠାରେ ଗ୍ରାମ୍ୟ ନିର୍ମାଣ ବିଭାଜନ ବିଭାଗ ଦ୍ଵାରା ନିର୍ମାଣାଧୀନ ବ୍ରିଜ ରେ କାର୍ଯ୍ୟରତ ୧୨ ଜଣ ଶ୍ରମିକ କାର୍ଯ୍ୟ କରୁଥିବା ସମୟରେ ଲଘୁଚାପ ଜନିତ ବର୍ଷା ପାଣି ଘେର ମଧ୍ୟରେ ରହି ଯାଇଥିଲେ। ଏହି ଖବର ପାଇ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତୁରନ୍ତ ନବରଙ୍ଗପୁର ଏବଂ କୋଷାଗୁମୁଡ଼ା ଅଗ୍ନିଶମ ବାହିନୀ କୁ ଖବର ଦେଇଥିଲେ ଏବଂ ତତକ୍ଷଣାତ ଅଗ୍ନିଶମ ବାହିନୀ ଏହି ବାର ଜଣ ଶ୍ରମିକ ଙ୍କୁ ପାଣି ଘେର ରୁ ଉଦ୍ଧାର କରିଥିଲେ। ଏହି ଉଦ୍ଧାର କାର୍ଯ୍ୟରେ ନବରଙ୍ଗପୁର ଅଗ୍ନିଶମ ବିଭାଗ ର ମୋହନ ବେହେରା, ବିକାଶ ମାଝୀ, ମିଥୁନ ନାହାକ , ସାରଥି ପଟେଲ, ଗିରିଧର ଗଉଡ କୋଷାଗୁମୁଡ଼ା ଅଗ୍ନିଶମ ବିଭାଗ ର ଜଗଦୀଶ ମାଝୀ, ରୁଷିମନି ଧାରୁଆ, ଗଙ୍ଗା ରାଜୁ କାର୍ତ୍ତୃକା,ଉମାକାନ୍ତ ବାଘ ପ୍ରମୁଖ ସାମିଲ ଥିଲେ।

ad-week
Leave A Reply

Your email address will not be published.