ଚଳିତ ବର୍ଷ ନିର୍ମାଣ ହେବ ୩୦୦ ଚେକ୍ ଡ୍ୟାମ୍

add-all

ଭୁବନେଶ୍ୱର: ବିଭିନ୍ନ ଜିଲ୍ଲାରେ ପୋଲ ତଥା ଚେକ୍‍ଡ୍ୟାମ୍‍ ନିର୍ମାଣରେ ଉଲ୍ଲେଖନୀୟ ଅଗ୍ରଗତି ଘଟିଛି । ପ୍ରାୟ ୨ ମାସ ମଧ୍ୟରେ ୪୫ଟି ଚେକ୍‍ ଡ୍ୟାମ୍‍ ନିର୍ମାଣ ସରିଛି । ଏହା ମଧ୍ୟରୁ ୩୧ଟି ପୁର୍ତ୍ତ ବିଭାଗ ଏବଂ ୧୪ ଟି ଗ୍ରାମ ଉନ୍ନୟନ ବିଭାଗ ନିର୍ମାଣି କରିଛି । ତେବେ ଚଳିତ ବର୍ଷ ୩ଶହ ଚେକ୍‍ ଡ୍ୟାମ୍‍ ତିଆରି କରାଯିବ ।

ଏହା ଛଡ଼ା ଉଭୟ ବିଭାଗ ପକ୍ଷରୁ ପ୍ରାୟ ୪୮୦ଟି ପୋଲ ଚିହ୍ନଟ ହୋଇସାରିଛି । ଯେଉଁ ପୋଲ ତଳେ ଚେକ୍‍ ଡ୍ୟାମ ତିଆରି ହେବ । ଏଥିପାଇଁ ପ୍ରାୟ ୪୧୩.୮୧ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଚେକ୍‍ଡ୍ୟାମ ନିର୍ମାଣର ଅଗ୍ରଗତି ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସମୀକ୍ଷା କରିଛନ୍ତି ।

ଚେକ୍‍ ଡ୍ୟାମ୍‍ ନିର୍ମାଣ ହୋଇଥିବା ନଦୀ କିମ୍ବା ନାଳର ଉଭୟ ପାର୍ଶ୍ବରେ ପନିପରିବା ଓ ଅନ୍ୟାନ୍ୟ ଅର୍ଥକରି ଫସଲ ଉତ୍ପାଦନ ପାଇଁ ଚାଷୀଙ୍କୁ ସଂଗଠିତ କରାଯିବ । ଏହସହ ଜମିକୁ ଉଠା ଜଳସେଚନ ବ୍ୟବସ୍ଥା ଦ୍ୱାରା ପାଣି ଯୋଗାଇବା ପାଇଁ ଜଳସମ୍ପଦ, ଉଦ୍ୟାନ ଚାଷ, କୃଷି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ସଚିବ । ଏହି ସବୁ ସ୍ୱଳ୍ପ ଖର୍ଚ୍ଚ ଭିତ୍ତିକ ଡ୍ୟାମଗୁଡ଼ିକରୁ ଅଧିକ ଫାଇଦା ମିଳିବ । ପ୍ରତି ଚେକ୍‍ଡ୍ୟାମ୍‍ ଯୋଗୁ ନଦୀ ଶଯ୍ୟାରେ ୧ କିମିରୁ ୧୫ କିମି ଯାଏ ଜଳପତ୍ତନ ବଢ଼଼ିବ । ଏହା ଫଳରେ ଏହାର ପାର୍ଶ୍ବବର୍ତ୍ତୀ ଜମିଗୁଡ଼ିକୁ ଜଳ ଅଭାବ ରହିବ ନାହିଁ ଏବଂ ଭୂତଳ ଜଳସ୍ତର ମଧ୍ୟ ବୃଦ୍ଧି ପାଇବ ।

ଏହି ସମୀକ୍ଷା ବୈଠକରେ ଜଳ ସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିକ୍ରମ ଯାଦବ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଲ କୁମାର ଦେବଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀମାନେ ବୈଠକରେ ଅଂଶଗ୍ରହଣ କରିଥିଲେ ।

ad-week
Leave A Reply

Your email address will not be published.