ସ୍ୱାଧୀନତା ସଂଗ୍ରାମୀ ତାମା ଦୋରାଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା

add-all

ମାଲକାନଗିରି : ପଡିଆ ସଦର ବ୍ଲକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ସ୍ୱାଧୀନତା ସଂଗ୍ରାମୀ ତାମା ଦୋରାଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ହୋଇଛିା ଏହି ଅବସରରେ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସହିଦ ତାମା ଦୋରାଙ୍କ ପରିବାର ସଦସ୍ୟ ସୁନାମ ବୁଜି ଯୋଗ ଦେଇଥିଲୋ ଭାରତର ସ୍ୱାଧିନତା ସଂଗ୍ରାମ ପାଇଁ ତାଙ୍କର ଯେଉଁ ଅତୁଳନୀୟ ଦେଶପ୍ରେମ ବୀରତ୍ୱ ଓ ନିଃସ୍ୱାର୍ଥପର ତ୍ୟାଗପୁତ ଜୀବନ ଆମକୁ ପିଢି ପରେ ପିଢି ସଦାସର୍ବଦା ପ୍ରେରଣଆ ଦେଉଥିବା ତାଙ୍କର ଜନ୍ମସ୍ଥାନ କୋଣ୍ଡାପାଲ୍ଲୀ ଥିଲେ ବି ଇତିହାସ ତଥ୍ୟରୁ ଯାହା ଜଣା ଯାଏ ପଡିଆ ହିଁ ତାଙ୍କର କର୍ମଭୂମି ଥିଲ।। ଏହି ପଡିଆ ମାଟିରେ ତାଙ୍କରି ନେତୃତ୍ୱରେ ହିଁ ସଂଗ୍ରାମ ଆରମ୍ଭ ହୋଇ ବିଶାଳ ରୂପ ନେଇଥିଲ।।ଏଭଳି ମହାପୁରୁଷଙ୍କ ଜୀବନୀକୁ ଲୋକ ଲୋଚନକୁ ଆଣିବା ପାଇଁ ତାଙ୍କର ପ୍ରତିମୂର୍ତ୍ତି ନିର୍ମାଣ କରା ଯାଇଥ ଏହାର ଉଦ୍ଘାଟନ କରାଯାଇଛି । ଏହି ଅବସରରେ ପ୍ରଥମେ ବିଶ୍ୱ ଆଦିବାସୀ ଦିବସ ଓ ତାମା ଦୋରାଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ଉପଲକ୍ଷେ ପଡିଆ ସଦର ବ୍ଲକରେ ଏକ ଶୋଭା ଯାତ୍ରା ଆୟୋଜନ ପରେ ବିଦ୍ୟାଳୟ ପରିସରରେ ଥିବା ତାମା ଦୋରାଙ୍କ ପ୍ରତିମୂର୍ତିକୁ ଉଦ୍ଘାଟନ କରିଥିଲୋ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପଡିଆ ବ୍ଲକ ଅଧ୍ୟକ୍ଷା ଜମୁନା ମୁଚାକି, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନବିନ ଚନ୍ଦ୍ର ମାଡକାମି, ଦଶରଥ ମାଡକାମି, ପୂର୍ବତନ ବିଧାୟକ ମାନସ ମାଡକାମି, ବିଜେଡି ଯୁବ ସଭାପତି ଅଡମା ରାବା, ପଡିଆ ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ସୁରଭୀ ଭୌମିକ, ତାମାଦୋରା ଆଦିବାସୀ କ୍ଲବ ସଭାପତି ତଥା କାଲିମେଳା ବ୍ଲକ ପୂର୍ବତନ ଅଧ୍ୟକ୍ଷ ଗଙ୍ଗାଧର ସୋଡି, ସମାଜସେବୀ ଏନ୍‌. ନୁକାଲ ରାଜୁ, ଏନ୍‌. ରାଙ୍ଗା ରାଓ, ବଲରାମ ଭଞ୍ଜ, ପ୍ରଫୁଲ୍ଲ ହରିଜନ, ମନୋଜ ପଟ୍ଟନାୟକ, ଏ.ରାଜୁ ରାଓ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

ad-week
Leave A Reply

Your email address will not be published.