କଂଗ୍ରେସ ଛାଡିଲେ ୩୦ ରୁ ଅଧିକ କର୍ମୀଙ୍କ ସହ ଦୁଇ ରାଜ୍ୟସ୍ତରୀୟ ନେତା

add-all

କଟକ: ରାଷ୍ଟ୍ରପତି ନିର୍ବାଚନରେ ମାଟିର ଝିଅଙ୍କୁ ଭୋଟ ଦେଇ ଚର୍ଚ୍ଚା ଓ ଵିଵାଦରେ ଥିଵା ବାରବାଟି- କଟକର କଂଗ୍ରେସ ବିଧାୟକ ଇଂ ମହମ୍ମଦ ମୋକିମଙ୍କର ଏକାନ୍ତ ଅନୁଗତ ଦୁଇ ରାଜ୍ୟସ୍ତରୀୟ ନେତାଙ୍କ ସହ ୩୦ ରୁ ଅଧିକ କଂଗ୍ରେସ କର୍ମୀ ଆଜି ଦଳରୁ ଇସ୍ତଫା ଦେବାକୁ ନେଇ କଟକରେ ଦଳ ତଳକୁ ଯାଉଥିବା ଆଲୋଚନା ହେଉଛି।ଦୁଇ ନେତାଙ୍କ ମଧ୍ୟରେ ପିସିସି ସାଧାରଣ ସମ୍ପାଦକ କିଶନନଗର ଅଞ୍ଚଳର ଜିତୁ ଓରଫ ବିଶ୍ୱଜିତ୍ ଦାସ ଓ ସଂପାଦକ ନିକୁଞ୍ଜ ପଶାୟତ ଵୋଲି ଜଣାପଡିଛି।ଏକା ଥରକେ ଏତେ ସଂଖ୍ୟକ କର୍ମୀ ଓ ନେତା ଦଳ ଛାଡିଵା ସମ୍ପର୍କରେ ମୋକିମ କହିଛନ୍ତି ଯେ ସେମାନଙ୍କୁ ଦଳ ସଵୁ ସମୟରେ ଅଣଦେଖା କରୁଥିଲା।

ଅନ୍ୟପକ୍ଷରେ ମୋକିମ ବିଜେପି ସମର୍ଥିତ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଙ୍କୁ ଭୋଟ ଦେଵା, ଏହାର କିଛି ଦିନ ପରେ ରାଜ୍ୟପାଳ ମୋକିମଙ୍କ ଘରକୁ ଵୁଲି ଆସିଵାକୁ ନେଇ ଅନ୍ୟ ଏକ ଦିଗ ଦର୍ଶାଉଛି ଵୋଲି ଚର୍ଚ୍ଚା ହେଉଛି।ତେଵେ ଚର୍ଚ୍ଚାରେ ଥିବା ମୋକିମ୍ ନିଜେ ଦଳ ଛାଡିଵା ପୂର୍ବରୁ ଆଗୁଆ ସଵୁ ଅନୁଗତ କର୍ମୀଙ୍କୁ ଦଳ ଛାଡିଵାକୁ ପ୍ରବର୍ତ୍ତାଇ ଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ ମୋକିମ୍ କଂଗ୍ରେସ ଛାଡି ବିଜେଡି ନା ବିଜେପି କୁ ଯିଵେ ତାକୁ ନେଇ ହଟଚମଟ ସୃଷ୍ଟି ହୋଇଛି । 

ad-week
Leave A Reply

Your email address will not be published.