ମୃତ ରାତ୍ର ଜଗୁଆଳିଙ୍କ ପରିବାରକୁ ବଣିକ ସଂଘ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ…

add-all

ଦାରିଙ୍ଗବାଡ଼ି, ୧୦/୮ : ଦାରିଙ୍ଗବାଡ଼ି ବଜାରରେ ରାତ୍ର ଜଗୁଆଳି ଭାବେ ବି ଡକେବାଡ଼ି ପୁରଣା ପୋଷ୍ଟ ସାହିର ମୃତ କର୍ଣ୍ଣବାହାଦୂର(୪୫) କାର୍ଯ୍ୟ କରି ଆସୁଥିଲେ। ଯାହାରି ଫଳରେ ବଜାରରେ ଚୋରିହାରି ହେବାରେ ରୋକ ଲାଗିଥିଲା। ଦୁଃଖର ବିଷୟ ଯେ ଗତ ୩୦.୭.୨୦୨୨ ତାରିଖ ଦିନ କର୍ଣ୍ଣବାହାଦୂର ଦାରିଙ୍ଗବାଡ଼ି ଚାରିଛକରୁ ନିଜ ଘର ବି ଡକେବାଡିକୁ ଫେରିବା ସମୟରେ ରେଞ୍ଜ ଅଫିସ ସମ୍ମୁଖରେ ଏକ ଆପାଚ ମଟର ସାଇକେଲ ଦ୍ରୁତ ଗତିରେ ଆସି ପଛ ପଟେ ଧକ୍କା ଦେଇଥିଲା। ମଟର ସାଇକେଲ ଦୁର୍ଘଟଣାରେ ସେ ମୃତ ହୋଇଥିଲେ । ଏହି ଦୁଃଖଦ ପରିବାରକୁ ବଣିକ ସଂଘ ପକ୍ଷରୁ ଦଶ ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି । ଏହି ଆର୍ଥିକ ସହାୟତା ସମୟରେ ବଣିକ ସଂଘର ସଭାପତି ଲଡୁକିଶୋର ସାହୁ, ଉପ ସଭାପତି ଦିଲ୍ଲୀପ କୁମାର ସାହୁ, ଦୁର୍ଗାଚରଣ ସୁବୁଦ୍ଧି, ସଦସ୍ୟ ଏସ.ରାମାରାଓ ପୃଷ୍ଟି, ଭଗବାନ ସାହୁ, ଅଜିତ କୁମାର ସାହୁ, ଶିବଶଙ୍କର ସାହୁ, ଗିରିଶ ଚନ୍ଦ୍ର ସାହୁ ଓ ଅମରେଶ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.