ରାଜ୍ୟ ସ୍ତରୀୟ ବରିଷ୍ଠ ଅଗ୍ନିଶମ ଅଧିକାରୀ ଅଧିବେଶନ-୨୦୨୨

add-all

ଭୁବନେଶ୍ବର : ଓଡିଶା ଅଗ୍ନିଶମ ନିର୍ଦ୍ଦେଶାଳୟ ଦ୍ଵାରା ଓଡିଶା ଅଗ୍ନିଶମ ଓ ବିପତ୍ତି ନିସ୍ତାର ପ୍ରତିଷ୍ଠାନ, ଭୁବନେଶ୍ୱର ଠାରେ ରାଜ୍ୟ ସ୍ତରୀୟ ବରିଷ୍ଠ ଅଗ୍ନିଶମ ଅଧିକାରୀ ଅଧିବେଶନ-୨୦୨୨ ଆୟୋଜିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଯୋଗଦେଇ ଗୃହରାଜ୍ୟ ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ୨୦୪୭ ସୁଦ୍ଧା ଓଡ଼ିଶାରେ ଅଗ୍ନିକାଣ୍ଡ ଓ ବିପତ୍ତିର ତ୍ଵରିତ ମୁକାବିଲା ଲାଗି ଅତ୍ୟାଧୁନିକ ଜ୍ଞାନ କୈଶଳ ସହ ଆନ୍ତର୍ଜାତୀୟ ମାନର ପ୍ରଶିକ୍ଷଣର ସୁବିଧା ସମ୍ପନ୍ନ ଭିତ୍ତିଭୂମିର ବିକାଶ ଆବଶ୍ୟକତାକୁ ଜୋର୍ ଦେଇଛନ୍ତି। କାରଣ ବର୍ଦ୍ଧିତ ଜନସଂଖ୍ୟା, ଦୃତ ସହରୀକରଣ ,ଶିଳ୍ପାୟନ ଓ ଆସନ୍ତା ସମୟମାନକଂରେ ପ୍ରତ୍ୟେକ କ୍ଷେତ୍ରରେ ଅଟୋମେସନ ଓ କୁତ୍ରିମ ବୁଦ୍ଧିମତା ଭଳି ବୈଷୟିକ ଜ୍ଞାନର ଅନୁପ୍ରବେଶ ଜୀବନ ଓ ପ୍ରକୃତିକୁ ଜଟିଳ ପରିସ୍ଥିତିରେ ପକାଇବ।ବର୍ତ୍ତମାନ ଅତି ଉଚ୍ଚ ନିର୍ମାଣ ଲାଗି ଅଗ୍ନିସୁରକ୍ଷା କୋଡ ଅନୁପାଳନର ତଦାରଖ କରିବା ଅପରିହାର୍ଯ୍ୟ ବୋଲି ମତ ଦେଇଛନ୍ତି । ସମ୍ମାନୀୟ ଅତିଥି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ବିଗତ ବର୍ଷ ମାନଙ୍କରେ ପ୍ରାକୃତିକ ବିପର୍ଯ୍ୟୟ ବେଳେ ରାଜ୍ୟ ଓ ଜାତୀୟ ସ୍ତରରେ ଅଗ୍ନିଶମ ଅଧିକାରୀ ମାନଙ୍କର ଅତୁଳନୀୟ ଯୋଗଦାନ ଦ୍ଵାରା କିପରି ଅମୂଲ୍ୟ ଜନଜୀବନ ଓ ସମ୍ପଦର ରକ୍ଷା ହେଇପାରିଛି ତାର ଭୂୟସୀ ପ୍ରଶଂସା କରିଥିଲେ।ବିପର୍ଯ୍ୟୟ ସମୟରେ ଓଡ଼ିଶା ସରକାରଙ୍କ ‘ଜିରୋ କାଜୁଆଲିଟି’ ର ପ୍ରତିବଦ୍ଧତାକୁ ଅଗ୍ନିଶମ ସେବା ଆହୁରି ଦୃଢ଼ କରି ପାରିଥିବାରୁ ସାଧୁବାଦ ଜଣାଇ ଥିଲେ। ଅଗ୍ନିଶମ ସେବାର ଅତ୍ୟାଧୁନିକୀକରଣ ଲାଗି ଅର୍ଥ କେବେ ବି ବାଧକ ସାଜିବ ନାହିଁ ବୋଲି ଆଶ୍ୱାସନା ଦେଇଥିଲେ।ଏହି ଅବସରେ ଅଗ୍ନିଶମ ମହାନିର୍ଦ୍ଦେଶକ ଶ୍ରୀ ସନ୍ତୋଷ ଉପାଧ୍ୟୟ ଅନ୍ୟ ଶିଳ୍ପାଚଂଳ ସହ ତୈଳ ଓ ରାସାୟନିକ ଶିଳ୍ପଗୁଡିକର ଅଗ୍ନି ବିପତ୍ତି ନିରୋଧ କ୍ଷମତା ବୃଦ୍ଧି କରିବା ଜରୁରୀ ବୋଲି ମନ୍ତବ୍ୟ ରଖିଥିଲେ।ଏହା ବ୍ୟତୀତ ଭବିଷ୍ୟତରେ ଅତିଉଚ୍ଚ ନିର୍ମାଣର ସୁରକ୍ଷା ,ରେଳ ଓ ମେଟ୍ରୋ ଅଘଟଣ,ସାମୂଦ୍ରିକ ତୈଳ ବିଛ୍ଛୁରଣ ମୁକାବିଲା କ୍ଷେତ୍ରରେ ପାରଦର୍ଶୀ ହେବାକୁ ପଡ଼ିବ ବୋଲି ଅଗ୍ନିଶମ ଅଧୀକାରୀକୁଂ ଉପଦେଶ ଦେଇଥିଲେ।ଅଧିବେଶନରେ ଅଗ୍ନି ,ବିପତ୍ତି ଓ ମଣିଷ ଉପରେ ତାର ମନୋବୈଜ୍ଞାନିକ ପ୍ରଭାବ ବିଷୟରେ ଆଲୋଚନା କରାଯାଇଥିଲା।ବନ୍ୟଜନ୍ତୁ ସୁରକ୍ଷା ଓ ଜଂଗଲ ନିଆଁ ପ୍ରତିରୋଧ ଲାଗି ମୁକାବିଲା ଓ ଜନଜାଗୃତି ଆବଶ୍ୟକତା ବିଷୟରେ ଚର୍ଚ୍ଚା ମଧ୍ୟ କରାଯାଇଥିଲା।ଅଧିକାରୀ ମାନେ ଅଗ୍ନି ନିରୋଧ, ପ୍ରତିରୋଧ ଓ ଶମନ ଭିତ୍ତିକ ଅନେକ ଆଲୋଚ୍ୟ ପ୍ରସଗଂ ଉପସ୍ଥାପନ କରିଥିଲେ।ଏହି ଅବସରରେ ଅତିଥିମାନେ “ଫାୟାର ସର୍ଭିସ ନିଉଜ ବୁଲିଟିନ୍ ” ଓ “ଟେଲିଫୋନ ଡିରେକ୍ଟୋରୀ” ଉନ୍ମୋଚନ କରିଥିଲେ । ଶେଷରେ ମୁଖ୍ୟ ଅଗ୍ନିଶମ ଅଧିକାରୀ ,ଓଡ଼ିଶା ଶ୍ରୀ ଦେବେନ୍ଦ୍ର କୁମାର ସ୍ୱାଇଁ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.