ଆଇଟିଆଇରେ ନାମଲେଖା ନେଇ ଆଲୋଚନା।

add-all

ଦାରିଙ୍ଗବାଡ଼ି,(୧୦/୮) : ଦାରିଙ୍ଗବାଡ଼ିର ନୂତନ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ଗତ ନଭେମ୍ବର ମାସରେ ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଭିସି ମାଧ୍ୟମରେ ଉଦଘାଟନ ହୋଇଥିବା ବେଳେ ୨୦୨୨-୨୩ ଶିକ୍ଷା ବର୍ଷ ନିମନ୍ତେ ବର୍ତ୍ତମାନ ଆଡ଼ମିସନ ଚାଲିଛି । ଉକ୍ତ ଅନୁଷ୍ଠାନରେ କୋପା, ଇଲେକ୍ଟ୍ରିକାଲ, ଫିଟର ଓ ଆରଏସି ମେକାନିକରେ ୧୧୨ ଗୋଟି ସିଟ ରହିଛି । ଏହି ଅନୁଷ୍ଠାନ ହେବା ପରେ ସ୍ଥାନୀୟ ପିଲାଙ୍କୁ ପଢିବାର ସୁବିଧା ମିଳିଥିବା ବେଳେ ଆଖପାଖ ଅଂଚଳର ପିଲା ମଧ୍ୟ ଏହି ଅନୁଷ୍ଠାନରେ ପଢିବାର ସୁବିଧା ପାଇବେ । ଏହା ପୂର୍ବରୁ ପିଲା ମାନେ ଫୁଲବାଣୀ ସ୍ଥିତ ସରକାରୀ ଆଇଟିଆଇ ହଉ କିମ୍ବା ଅନ୍ୟ ଜିଲ୍ଲା ଆଇଟିଆଇରେ ଉପରେ ନିର୍ଭର କରୁଥିଲେ । ଯାହାକି ପିଲାଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଥିଲା । ବର୍ତମାନ ଉକ୍ତ ଅନୁଷ୍ଠାନ ଦାରିଙ୍ଗବାଡ଼ିରେ ହେବା ପରେ ସ୍ଥାନୀୟ ଛାତ୍ରଛାତ୍ରୀ ଉପକୃତ ହେବା ନେଇ ଅଂଚଳବାସୀ ଆଶା ପ୍ରକଟ କରିଛନ୍ତି। ଅନ୍ୟ ପକ୍ଷରେ ଉକ୍ତ ଅନୁଷ୍ଠାନରେ ଆଡମିଶନ ଆରମ୍ଭ ହୋଇଥିଲେ ସୁଦ୍ଧା ଛାତ୍ର ମାନଙ୍କ ପାଇଁ ହଷ୍ଟେଲ ସୁବିଧା ହୋଇନଥିବା ବେଳେ ଛାତ୍ରୀଙ୍କ ପାଇଁ ସେବାଶ୍ରମ ବିଦ୍ୟାଳୟ ହଷ୍ଟେଲ ସୁବିଧା କରାଯାଇଥିବା ଅଧକ୍ଷ ପ୍ରଦୀପ ସାହୁ କହିଛନ୍ତି । ଯାହାକି ସ୍ଥାୟୀ ହଷ୍ଟେଲ ନୁହଁ । ଏଣୁ ଯଥା ଶୀଘ୍ର ଉକ୍ତ ଅନୁଷ୍ଠାନରେ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ସୁବିଧା ଯୋଗାଇ ଦେବାକୁ ଅଂଚଳବାସୀ ଦାବି କରିଛନ୍ତି । ଏଥି ସହିତ ମୁଖ୍ୟ ରାସ୍ତା ଠାରୁ ଅନୁଷ୍ଠାନକୁ ପକ୍କା ରାସ୍ତା ନିର୍ମାଣ ସହିତ ପାନୀୟ ଜଳ ଯୋଗାଇ ଦେବାକୁ ଦାବି ହୋଇଛି । ଆଇଟିଆଇରେ ଛାତ୍ରଛାତ୍ରୀଙ୍କ ପାଇଁ କଣ କଣ ସବୁ ସୁବିଧା ରହିଛି ସେନେଇ ଅଧକ୍ଷ ଅଭିଭାବକ ତଥା ଛାତ୍ରଛାତ୍ରୀଙ୍କୁ ଲିଫ ଲେଟ ଓ ଡାକବାଜି ଯନ୍ତ୍ର ମାଧ୍ୟମରେ ସୂଚନା ଦେଇଛନ୍ତି ।

ad-week
Leave A Reply

Your email address will not be published.