ଲାଲକିଲାରେ ଦିଆଯିବ ଦେଶୀ ବନ୍ଧୁକ ସାଲ୍ୟୁଟ୍

add-all

ନୂଆଦିଲ୍ଲୀ: ଚଳିତବର୍ଷ ଲାଲକିଲାରେ ନିଆରା ଢଙ୍ଗରେ ପାଳନ ହେବ ଅଗଷ୍ଟ ୧୫। ୭୫ ତମ ସ୍ୱାଧୀନତା ଦିବସ ଅବସରରେ ଏଠାରେ ପ୍ରଥମ ଥର ପାଇଁ ଦେଶୀ ବନ୍ଧୁକରେ ଦିଆଯିବ ଗନ୍ ସାଲ୍ୟୁଟ୍। ଡିଆରଡିଓ ଏହି ବନ୍ଧୁକ ତିଆରି କରିବା ସହ ବିକଶିତ କରିଛି। ଏହା ଜରିଆରେ ଭାରତ ପୂରା ବିଶ୍ୱକୁ ସନ୍ଦେଶ ଦେଇଛି ଯେ, ସେ ନିଜ ପାଇଁ ବନ୍ଧୁକ ତିଆରି କରିବାର କ୍ଷମତା ରଖିଛି। ଏହି ଅସଲି ଦେଶୀ ବନ୍ଧୁକରୁ ଗୁଳି ଫୁଟାଇ ଲାଲକିଲା ଉପରେ ଉତ୍ସବ ପାଳନ କରାଯିବ। ଆଜି ପର୍ଯ୍ୟନ୍ତ ପରେଡ୍ ଉତ୍ସବର ଗନ୍ ସାଲ୍ୟୁଟ୍ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ବ୍ୟବହୃତ ବ୍ରିଟିଶ ଫାଉଣ୍ଡର ଗନ୍‌ରେ ଦିଆଯାଇ ଆସୁଛି। ତେବେ ଉତ୍ସବରେ ଏହି ବନ୍ଧୁକ ମଧ୍ୟ ମହଜୁଦ୍ ରହିବ ବୋଲି ଜଣାପଡ଼ିଛି।
ଏକ ଭାରତ ଶ୍ରେଷ୍ଠ ଭାରତ ବିଷୟ ଉପରେ ପ୍ରଥମ ଥର ପାଇଁ ଦେଶର ସମସ୍ତ ଜିଲ୍ଲାରୁ ଏନ୍‌ସିସି କ୍ୟାଡେଟ୍ ମାନଙ୍କୁ ସ୍ୱାଧୀନତା ଦିବସରେ ଯୋଗଦେବା ନିମନ୍ତେ ଡକରାଯାଇଛି। ଲାଲକିଲା ଆଗରେ କରାଯାଇଥିବା ନକ୍ସାର ଚିହ୍ନଟ ଜିଲ୍ଲା ସ୍ଥାନରେ ଏହି କ୍ୟାଡେଟମାନେ ବସିବେ। ସ୍ଥାନୀୟ ବେଶଭୂଷାରେ ସେମାନେ ଉପସ୍ଥିତ ରହିବେ।
ଏହାଛଡ଼ା ସମାଜରେ ବିଭିନ୍ନ ଅବହେଳିତ ବର୍ଗର ବ୍ୟକ୍ତିଙ୍କ ସମେତ ଶବ ବ୍ୟବଚ୍ଛେଦକାରୀ, ଷ୍ଟ୍ରିଟ୍ ଭେଣ୍ଡର, ଅଙ୍ଗନଓ୍ୱାଡି କର୍ମୀ, ମୁଦ୍ରା ଲୋନ ଲାଭାର୍ଥି ପ୍ରମୁଖ ଏହି ଉତ୍ସବରେ ଯୋଗଦେବେ। ୟୁଥ୍ ଏକ୍ସପୋଜ୍ କାର୍ଯ୍ୟକ୍ରମ ଅନ୍ତର୍ଗତ ୧୪ ଦେଶରୁ ୧୨୬ ଜଣ ଏନ୍‌ସିସି କ୍ୟାଡେଟ୍ ଏଥିରେ ଭାଗ ନେବେ।
ମରିସସ୍, ଆର୍ଜେଣ୍ଟିନା, ବ୍ରାଜିଲ, କିର୍ଗିଜସ୍ଥାନ, ଉଜବେକିସ୍ତାନ, ୟୁଏଇ, ଇଂଲଣ୍ଡ, ଆମେରିକା, ମାଲଦ୍ୱୀପ, ନାଇଜେରିଆ, ଫିଜି, ଇଣ୍ଡୋନେସିଆ, ସେଚେଲ୍ସ ଏବଂ ମୋଜାମ୍ବିକ୍ ପ୍ରଭୃତି ଦେଶରୁ ଚୟନ ହୋଇଥିବା ଯୁବକମାନେ ଏହି ସମାରୋହରେ ଭାଗ ନେବେ। ଏହି ସମାରୋହରେ ରକ୍ଷାମନ୍ତ୍ରୀ ରାଜନାଥ ସିଂହ ଜାତୀୟ ବୀର ଗାଥା ଅନ୍ତର୍ଗତ ଚୟନ ହୋଇଥିବା ୨୫ ଜଣ ସୁପର ବିଜେତାଙ୍କୁ ସମ୍ମାନିତ କରିବେ। ଏହି ପ୍ରତିଯୋଗିତାରେ ଦେଶର ୮ ଲକ୍ଷ ପିଲା ଭାଗ ନେଇଥିଲେ। ଏହି ନିଆର ଉତ୍ସବ ପାଳନ ଏବେ ଆଲୋଚନାର ବିଷୟ ହୋଇଛି।

ad-week
Leave A Reply

Your email address will not be published.