ସୁନୀଲ ବଂଶଲ ଓଡ଼ିଶା ସମେତ ୩ ରାଜ୍ୟର ବିଜେପି ପ୍ରଭାରୀ

add-all

ନୂଆଦିଲ୍ଳୀ: ବିଜେପି ନେତା ତଥା ଉତ୍ତରପ୍ରଦେଶର ସଂଗଠନ ସମ୍ପାଦକ ସୁନୀଲ ବଂଶଲଙ୍କୁ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ନିଯୁକ୍ତ କରାଯାଇଛି। ଏଥିସହ ତାଙ୍କୁ ୩ ରାଜ୍ୟ ବିଜେପି ପ୍ରଭାରୀ ନିଯୁକ୍ତ କରାଯାଇଛି। ସୁନୀଲଙ୍କୁ ଓଡ଼ିଶା ସହ ପଶ୍ଚିମବଙ୍ଗ, ତେଲେଙ୍ଗାନା ଦାୟିତ୍ୱ ମିଳିଛି। ଦଳ ତାଙ୍କ ଉପରେ ଅଖଣ୍ଡ ବିଶ୍ୱାସ ରଖି ଏହି ଦାୟିତ୍ୱ ଦେଇଥିବା ଜଣାପଡ଼ିଛି। ଆସନ୍ତା ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ବିଜେପି ଏହି ପଦକ୍ଷେପ ନେଇଥିବା କୁହାଯାଉଛି।
ସୂଚନା ଥାଇକି, ସେ ୨୦୧୪ ଲୋକସଭା ନିର୍ବାଚନରେ ୟୁପିର କୋ-ଇନ୍‌ଚାର୍ଜ ରହିଥିଲେ। ଏହି ସମୟରେ ବିଜେପି ଏଠାରେ ୮୦ଟି ସିଟ୍ ମଧ୍ୟରୁ ୭୩ଟି ସିଟ୍ ଜିତି ରେକର୍ଡ ସୃଷ୍ଟି କରିଥିଲା। ଯାହା ପରେ ତାଙ୍କୁ ୟୁପି ବିଜେପିର ଗୁରୁଦାୟିତ୍ୱ ଦିଆଯାଇଥିଲା। ଏହା ପରେ ସେ ୨୦୧୭-୧୯ ଏବଂ ୨୦୨୨ ଉତ୍ତରପ୍ରଦେଶର ବିଧାନସଭା ଓ ଲୋକସଭା ନିର୍ବାଚନରେ ବିଜେପି ନିମନ୍ତେ ଉତ୍ତମ କାମ କରି ଅଲୋଚନାକୁ ଆସିଥିଲେ। ତେଣୁ ୨୦୨୨ରେ ତାଙ୍କୁ କେନ୍ଦ୍ରୀୟ ରାଜନୀତିରେ ପ୍ରବେଶ କରାଇବା ନିମନ୍ତେ ବିଜେପି ରଣନୀତି ପ୍ରସ୍ତୁତ କରିଛି।

ad-week
Leave A Reply

Your email address will not be published.