ବନ୍ୟା ପରିସ୍ଥିତିରେ ଧୀରେ ଧୀରେ ସୁଧୁରୁଛି: ସ୍ବତନ୍ତ୍ର ରିଲିଫ କମିସନର

add-all

ଭୁବନେଶ୍ବର: ବିଗତ ୪ ଦିନ ହେବ ରାଜ୍ୟବ୍ୟାପୀ ବର୍ଷା ଜାରି ରହିଛି। କିଛି ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇଥିବା ବେଳେ ଆଉ କିଛି ଜାଗାରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇଛି। କୋରାପୁଟ, ରାୟଗଡ଼ା, ନବରଂଗପୁର, ମାଲକାନଗିରି ଓ ନୂଆପଡ଼ାରେ ଅଧିକ ବର୍ଷା ହୋଇଛି। ବର୍ଷା ଯୋଗୁଁ ଦକ୍ଷିଣ ଓଡ଼ିଶାର ନଦୀଗୁଡ଼ିକର ଜଳସ୍ତର ବଢ଼ିଛି।

ସେହିପରି ପ୍ରବଳ ବର୍ଷାରେ ଏହି ୪ଟି ଜିଲ୍ଲାରେ ଅନେକ ଚାଳଛପର ଘର ଭାଙ୍ଗି ଯାଇଛି। ରାଜ୍ୟରେ ବର୍ଷା ନେଇ ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା କହିଛନ୍ତି, ଓଡ଼ିଶାରେ ଲଗାଣ ବର୍ଷା ଜାରି ରହିଛି । ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଅଧିକ ବର୍ଷା ହୋଇଥିବା ଦେଖାଯାଇଛି। ଗତକାଲି ମାଲକାନଗିରି ଜିଲ୍ଲାରେ ଅଧିକ ବର୍ଷା ଦେଖାଯାଇଥିଲା । ନାଗବଳୀ ଓ ବଂଶାଧାରା ପରିସ୍ଥିତି ଉପରେ ନଜର ରହିଛି। ନୂଆପଡ଼ାରେରେ ଏକ ବ୍ରିଜ ଭୁଶୁଡି ପଡିଛି । ସମସ୍ତ ଜିଲ୍ଲାପାଳଙ୍କ ସହ ଆଲୋଚନା ହୋଇଛି। ଜିଲ୍ଲାପାଳ, ଓଡ୍ରାଫ, ଫାୟାର ଏ ଦିଗରେ ସଜାଗ ଅଛନ୍ତି । ବନ୍ୟା ପରିସ୍ଥିତିରେ ଧୀରେ ଧୀରେ ସୁଧାର ଆସୁଛି ।

ad-week
Leave A Reply

Your email address will not be published.