ଲାବ୍ରାଡର୍‌ର ମୂତ୍ରାଶୟରୁ ବାହାରିଲା ୫୦ ଗ୍ରାମରୁ ଅଧିକ ଓଜନର ଷ୍ଟୋନ୍‌

add-all

ଭୁବନେଶ୍ୱର: ଏକ ଧଳା ଲାବ୍ରାଡରର ମୂତ୍ରାଶୟ ଏବଂ ପରିସ୍ରାନଳୀରୁ ଅସ୍ତ୍ରୋପଚାର ଜରିଆରେ ବହୁ ପରିମାଣର ପଥର ବାହାର କରାଯାଇଛି। ଓଡ଼ିଶାରେ ପ୍ରଥମ ଥର ପାଇଁ ନୂଆଗାଁ ସ୍ଥିତ ସୋଆ ଅର୍ବାନ୍ ଭେଟେରିନାରୀ ହସ୍ପିଟାଲ୍‌ର ପଶୁ ଚିକିତ୍ସକମାନେ ଏଭଳି ସଫଳ ଅସ୍ତ୍ରୋପଚାର କରିପାରିଛନ୍ତି। ସାଢ଼େ ଚାରିବର୍ଷର ଏହି କୁକୁରଟିକୁ ପରିସ୍ରା କରିବାରେ କଷ୍ଟ ଅନୁଭବ କରିବାରୁ ହସ୍ପିଟାଲ୍‌କୁ ଅଣାଯାଇଥିଲା।

ଏକ୍ସରେ କରାଯିବା ପରେ ପଶୁଟିର ମୂତ୍ରାଶୟ ଏବଂ ପରିସ୍ରାନଳୀରେ ଅନେକ ପଥର ସୃଷ୍ଟି ହୋଇଥିବାର ଜଣାପଡ଼ିଥିଲା। ଅନେକ ଭେଟେରିନାରୀ ହସ୍ପିଟାଲ୍‌କୁ ଚିକିତ୍ସା ପାଇଁ ନିଆଯାଇଥିଲେ ମଧ୍ୟ ତା’ର ଉପଯୁକ୍ତ ଚିକିତ୍ସା ସମ୍ଭବ ହୋଇପାରି ନଥିଲା।
ସୋଆ ଅର୍ବାନ ହସ୍ପିଟାଲ୍‌ର ଅନୁଭୂତି ସମ୍ପନ୍ନ ସର୍ଜନମାନେ ଏହାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି ଅସ୍ତ୍ରୋପଚାର ମାଧ୍ୟମରେ ବିଭିନ୍ନ ଆକାରର ପଥରଗୁଡ଼ିକୁ ବାହାର କରିଥିଲେ।

ସୋମବାର ଦିନ ୩ ଜଣ ସର୍ଜନ୍ କୁକୁରଟିକୁ ଜେନେରାଲ୍ ଆନେସ୍‌ଥେସିଆ ଦେଇ ଅଚେତ୍ କରାଇବା ପରେ ଅସ୍ତ୍ରୋପଚାର କରିଥିଲେ। ମୂତ୍ରାଶୟକୁ କଟାଯାଇ ପ୍ରାୟ ୫୦ ଗ୍ରାମରୁ ଊର୍ଦ୍ଧ୍ୱ ଓଜନର ଏବଂ ବିଭିନ୍ନ ଆକାରର ପଥରଗୁଡ଼ିକୁ ବାହାର କରାଯାଇଥିଲା। ସେହିପରି ତା’ର ପରିସ୍ରାନଳୀରୁ ମଧ୍ୟ ଅନେକଗୁଡ଼ିଏ ପଥର ବାହାର କରାଯାଇଥିଲା। ସବୁ ପଥରଗୁଡ଼ିକୁ ରସାୟନିକ ପରୀକ୍ଷା ପାଇଁ ରଖାଯାଇଛି। ସର୍ଜରୀ ପରେ କୁକୁରଟି ସୁସ୍ଥ ଅଛି।

ad-week
Leave A Reply

Your email address will not be published.